Search for:
  • Home/
  • Month: January 2024

ଛାତ୍ର ବିଜେପି-ବିଜେଡ଼ି ବିବାହ ଉତ୍ସବ।

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି-ବିଜେଡ଼ି ବିବାହ ଉତ୍ସବ ଆୟୋଜିତ ଭୁବନେଶ୍ଵର ତା. ୨୬.୧- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜଙ୍କ ତତ୍ସବଧାନରେ ବିଜେପି ଓ ବିଜେଡ଼ିର ବିବାହ ଉତ୍ସବ ମାଷ୍ଟରକ୍ୟାଟିନ ଛକଠାରେ ଆୟୋଜିତ ହୋଇଯାଇଛି। ହିନ୍ଦୁ ଧର୍ମର ରୀତି, ନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ କରାଯାଇ ଏହି ଉତ୍ସବ ସମାପନ ହୋଇଛି। ବିଜେଡ଼ିକୁ କନ୍ୟା ଭାବରେ ଏବଂ ବିଜେପିକୁ ବର [...]

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ ଭୋଟର ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ ଭୋଟର ଦିବସ ପାଳନ : ଭୁବନେଶ୍ୱର:ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ପୂର୍ବାହ୍ନରେ ଏହାର ମୁଖ୍ୟାଳୟ, ରେଳ ସଦନ ଠାରେ ଜାତୀୟ ଭୋଟର ଦିବସ ପାଳନ କରାଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ପୂର୍ବ ତଟ ରେଳପଥର କର୍ମଚାରୀ ଏବଂ ଅଧିକାରୀମାନେ ଭାରତର ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ (25 ଜାନୁୟାରୀ 1950) ସ୍ମରଣୀୟ କରିବା ସହିତ ନାଗରିକଙ୍କ ମଧ୍ୟରେ [...]

ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନକୁ ସ୍କୁଲ କଲେଜ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନକୁ ସ୍କୁଲ କଲେଜ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ   ଭୁବନେଶ୍ବର,ତା.25 01.2024ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ 27 ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି. ଏହି କାର୍ଯ୍ୟକ୍ରମ ରେ ଭକ୍ତମାନେ [...]

ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ସଂଚାର, ଲୋକମାନେ ପାଇବେ ବିକାଶର ବାର୍ତ୍ତା

  ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ସଂଚାର, ଲୋକମାନେ ପାଇବେ ବିକାଶର ବାର୍ତ୍ତା ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ ଏକ ମାସ ଧରି ରାଜ୍ୟର ସବୁ ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଚାଲିବ ୨୦୧୦ରେ ଗଞ୍ଜାମରେ ଆରମ୍ଭ ହୋଇଥିବା ଲୋକକଳା ସଂଘ, ଆଜି ଏକ ବିଶାଳ ଦ୍ରୁମରେ ପରିଣତ, କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରେ ୨୨ ହଜାର କଳାକାର ଦଳ ପଞ୍ଜୀକୃତ 10ଟି ବିଭାଗର [...]

ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସାଧାରଣତନ୍ତ୍ର ଦିବସ-୨୦୨୪ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ [...]

ଯାତ୍ରାପାର୍ଟି ଟ୍ରକ ଓଲଟି ୩ ଜଣଙ୍କ ଜୀବନ ଚାଲି ଯାଇଛି।

ଭୁବନେଶ୍ୱର:ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ୩ ଜଣଙ୍କ ଜୀବନ ଚାଲି ଯାଇଛି। ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉକ୍ତ ଯାତ୍ରାପାର୍ଟିଟି [...]

ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭଵ ଙ୍କ ଉପରେ ପ୍ରଥମ ଜୀବନୀ ପୁସ୍ତକ ଲୋକାର୍ପିତ –

ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭଵ ଙ୍କ ଉପରେ ପ୍ରଥମ ଜୀବନୀ ପୁସ୍ତକ ଲୋକାର୍ପିତ – ଭୁବନେଶ୍ୱର ତା 24/01- ମହା ବୋଧି ସୋସାଇଟି ଅଫ ଇଣ୍ଡିଆ , ଓଡିଶା ଶାଖା ପକ୍ଷରୁ ବୁଦ୍ଧ ମନ୍ଦିର ସଭା ଗୃହରେ ବିଶ୍ୱରେ ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭଵଙ୍କ ଉପରେ ପ୍ରଥମ ସ୍ୱୟଂସମ୍ପୂର୍ଣ୍ଣ ଜୀବନୀ ପୁସ୍ତକ ଲୋକାର୍ପିତ ହୋଇଯାଇଛି I ବିଶିଷ୍ଠ ଗବେଷକ ତଥା ପୁସ୍ତକର ଲେଖକ ଶ୍ରୀ ପ୍ରବୀର କୁମାର [...]

ଗଣତନ୍ତ୍ରରେ ଯୁବକମାନଙ୍କୁ ପ୍ରତିପୋଷଣ କରିବା ପାଇଁ ନରେନ୍ଦ୍ର ମୋଦୀଜୀଙ୍କ ଦେଶବ୍ୟାପୀ ପ୍ରୟାସ:- ଅଭିଳାଷ ପଣ୍ଡା ।

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ନବ ମତଦାତା ସମ୍ମିଳନୀ କରିବ ଯୁବମୋର୍ଚ୍ଚା। ଗଣତନ୍ତ୍ରରେ ଯୁବକମାନଙ୍କୁ ପ୍ରତିପୋଷଣ କରିବା ପାଇଁ ନରେନ୍ଦ୍ର ମୋଦୀଜୀଙ୍କ ଦେଶବ୍ୟାପୀ ପ୍ରୟାସ:- ଅଭିଳାଷ ପଣ୍ଡା । ଭୁବନେଶ୍ୱର:ତା:- ୨୪/୦୧/୨୦୨୪:- ଭୁବନେଶ୍ୱର ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସାରା ଦେଶରେ 50 ଲକ୍ଷ ନୂତନ ଭୋଟରଙ୍କୁ ସମ୍ବୋଧିତ କରିବେ। ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜାନୁଆରୀ 25 ରେ ଦେଶର 5000 ସ୍ଥାନରେ ଏକ ନୂତନ ଭୋଟର ସମ୍ମିଳନୀ ଆୟୋଜନ କରୁଛି [...]

ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଚଥି:ବିଜେଡି

ଭୁବନେଶ୍ୱର: ଗଜପତି ଜିଲ୍ଲାରେ ସଡକ ଦୁର୍ଘଟଣା ନେଇ ବିଜୟ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଯେଉଁ ତଥ୍ୟ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ଡାହା ମିଛ। ତାଙ୍କର ଏଭଳି ମିଛୁଆ ଚରିତ୍ର ସଂକ୍ରାନ୍ତରେ ଗଜପତିବାସୀ ଧିରେ ଧିରେ ଜାଣିଗଲେଣି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ। ଶ୍ରୀମତୀ ସାହୁ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଗଜପତି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ମର୍ମାହତ। [...]

ମହାନ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ମହାନ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଭୁବନେଶ୍ୱର-ତା.୨୪.୦୧.୨୦୨୪-ମହାନ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମ୍ୟୁଜିୟମ ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ [...]