Search for:
  • Home/
  • Month: October 2023

ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ:ବିଜେଡି

ଜୟନାରାୟଣଙ୍କ ପାଗଳାମୀ ରାଜ୍ୟ ବିଜେପିକୁ ବୁଡାଇବ: ବିଜେଡି ଭୁବନେଶ୍ୱର: ଧନ୍ୟବାଦ ଜୟ ନାରାୟଣ ବାବୁ, ଆପଣ ଯେଉଁଭଳି ପାଗଳର ପ୍ରଳାପ କରୁଛନ୍ତି ଲାଗୁଛି ଆଗାମୀ ନିର୍ବାଚନରେ ଆଉ ବିଜେଡିକୁ ପ୍ରଚାର କରିବା ଦରକାର ପଡିବ ନାହିଁ । ଆପଣଙ୍କର ଏଭଳି ପାଗଳାମୀ ରାଜ୍ୟ ବିଜେପିକୁ ଧ୍ୱଂସ କରିଦେବାକୁ ଯଥେଷ୍ଟ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ । ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ [...]

୨୬ଟି ନୂଆ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତିମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ତ୍ୱରିତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ୨୬ଟି ନୂଆ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ବିଭିନ୍ନ ଜିଲ୍ଲାର ରୋଗୀସେବାରେ ନିୟୋଜିତ ହୋଇଥିବା ଏହି ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ₹୧୦.୯୨ କୋଟି ବ୍ୟୟ କରିଛନ୍ତି। ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନା ନେବାରେ ଜରୁରୀକାଳୀନ ଆମ୍ବୁଲାନ୍ସ ସଫଳତାର ସହ [...]

ଶ୍ରୀମତୀ ବ୍ରତତୀ ହରିଚନ୍ଦନ ହେଲେ ରାଜ୍ୟର ଚତୁର୍ଥ ପୂର୍ଣ୍ଣକାଳୀନ ଭିନ୍ନକ୍ଷମ କମିଶନର

ଶ୍ରୀମତୀ ବ୍ରତତୀ ହରିଚନ୍ଦନ ହେଲେ ରାଜ୍ୟର ଚତୁର୍ଥ ପୂର୍ଣ୍ଣକାଳୀନ ଭିନ୍ନକ୍ଷମ କମିଶନର ଭୁବନେଶ୍ୱର ୪.୧୦.୨୩ ଗତ ସେପ୍ଟେମ୍ବର ୩୦ ତାରିଖ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶ୍ରୀମତୀ ବ୍ରତତୀ ହରିଚନ୍ଦନଙ୍କୁ ରାଜ୍ୟର ଚତୁର୍ଥ ଭିନ୍ନକ୍ଷମ କମିଶନର ଭାବେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ ଶ୍ରୀମତୀ ହରିଚନ୍ଦନ ୨୦୧୯ ମସିହାରୁ ରାଜ୍ୟ ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ଭାବେ କାର୍ଯ୍ଯ କରୁଥିଲେ । ୨୦୨୨ ମାର୍ଚ୍ଚ ୬ [...]

ପିକକ୍ ପକ୍ଷରୁ ପରିବେଶ ସୁରକ୍ଷା ଉପରେ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜିତ

ପିକକ୍ ପକ୍ଷରୁ ପରିବେଶ ସୁରକ୍ଷା ଉପରେ ରାଜ୍ୟ ସ୍ତରୀୟ କର୍ମଶାଳା ଆୟୋଜିତ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଇକୋସେଭର୍ସର ୟୁଥ ନେଟୱର୍କର ସଦସ୍ୟ ସଦସ୍ୟା ମାନଙ୍କ ପାଇଁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଗତ ୩୦ ସେପ୍ଟେମ୍ବର ରୁ ୧ ଅକ୍ଟୋବର ପର୍ୟ୍ୟନ୍ତ ଭିୱାଇଡ଼ିଏସଏସ, ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ଦୁଇଦିନିଆ କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ଵ ଯୁବପ୍ରତିନିଧିମାନେ [...]

ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା ତିନି ମାସ ରେ କାମ ସାରିବାକୁ ନିର୍ଦ୍ଦେଶ . ଭୁବନେଶ୍ୱର ତା.04.10.୨୦୨୩ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ [...]

ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନାଇଜର କ୍ୟାମ୍ପସରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର : ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।ଏହି ଅତ୍ୟାଧୁନିକ [...]

ଓଡିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମନଗଢ଼ା ଅଭିଯୋଗ। : ବିଜେଡି

କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇ ଓଡିଶା ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମନଗଢ଼ା ଅଭିଯୋଗ ଆଣୁଛି: ବିଜେଡି ଭୁବନେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶାରେ ଦୁର୍ନୀତି ହେଉଥିବା ନେଇ କେନ୍ଦ୍ର କ୍ରୀଡ଼ା, ଯୁବ ବ୍ୟାପାର ଏବଂ ସୂଚନା ପ୍ରସାରଣ ବିଭାଗର ମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ଅମୂଳକ ଏବଂ କପୋଳକଳ୍ପିତ ବୋଲି ବିଜେଡି ଅଭିଯୋଗ କରିଛି । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡିର ବରିଷ୍ଠ [...]

ଆଜି  ଖୋଲିବ ୟୁନିଟ-୧ ହାଟ,

ଆଜି  ଖୋଲିବ ୟୁନିଟ-୧ ହାଟ, ବ୍ୟବସାୟୀ ସଂଘ ତରଫରୁ ସୂଚନା ଭୁବନେଶ୍ବର: ଆଜି ଖୋଲିବ ୟୁନିଟ-୧ ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ତରଫରୁ ଏହି ସୂଚନା ଦିଆଯାଇଛି। ପାର୍କିଂ, ଜବରଦଖଲ ସମସ୍ୟ ସହ ବିଭିନ୍ନ ଦାବିକୁ ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ ୧ ହାଟ ବ୍ୟବସାୟୀ ସଂଘ । ପ୍ରାୟ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ [...]

ସତ୍ୟମ ଶିବମ ସୁନ୍ଦରମ:ରାହୁଲଗାନ୍ଧୀ

ସମ୍ମାନନୀୟ ମହାଶୟ,🙏 ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲିଖିତ ନିମ୍ନ ସନ୍ଦର୍ଭ- “ସତ୍ୟମ ଶିବମ ସୁନ୍ଦରମ” ଆପଣଙ୍କ ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ଅନୁରୋଧ । ଶୁଭେଚ୍ଛା ସହ ରଜନୀ ମହାନ୍ତି ମୁଖପାତ୍ର, ଓପିସିସି ସତ୍ୟମ୍ ଶିବମ୍ ସୁନ୍ଦରମ୍‌ ରାହୁଲ ଗାନ୍ଧୀ, ସାଂସଦ ପୂର୍ବତନ ସଭାପତି ଅଖିଳ ଭାରତ କଂଗ୍ରେସ କମିଟି କଳ୍ପନା କରନ୍ତୁ କି, ଜୀବନ ହେଉଛି ପ୍ରେମ, ଉଲ୍ଲାସ, [...]

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା

କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଭୁବନେଶ୍ୱର:କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି l ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା l ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ଦ୍ରବ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପରାମର୍ଶ ଦିଆଯାଇଥିଲାବେଳେ ସେଥିରେ କେନ୍ଦ୍ରାପଡ଼ାର ରସାବଳି, [...]