Search for:
  • Home/
  • Month: August 2023

କଳା, ସଂସ୍କୃତି, ଐତିହ୍ୟକୁ ଗୁରୁତ୍ୱ ଦେଇଥାନ୍ତି ମୋଦିଜୀ : ମନମୋହନ ସାମଲ

ପ୍ରଧାନମନ୍ତ୍ରୀଙ୍କ ୧୦୪ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଲେ ରାଜ୍ୟ ସଭାପତି କଳା, ସଂସ୍କୃତି, ଐତିହ୍ୟକୁ ଗୁରୁତ୍ୱ ଦେଇଥାନ୍ତି ମୋଦିଜୀ : ମନମୋହନ ସାମଲ ଭୁବନେଶ୍ୱର, ତା.୨୭/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ [...]

୧୦୦ରୁ ଉର୍ଦ୍ଧ୍ୱ ପୂଜାରୀ ଙ୍କ ଉପସ୍ଥିତି ରେ ଏହାର ଶୁଭାରମ୍ଭ ଜୟ ଓଡ଼ିଶା ର ନୂତନ ପ୍ରୟାସ MoPujari.Com ୱେବସାଇଟ।

ଜୟ ଓଡ଼ିଶା ର ନୂତନ ପ୍ରୟାସ MoPujari.Com ୱେବସାଇଟ। ଭୁବନେଶ୍ୱର:ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିର ରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀ ଙ୍କ ଉପସ୍ଥିତି ରେ ଏହାର ଶୁଭାରମ୍ଭ ହୋଇଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଥମେ ଏକ ଉଦଘାଟନୀ ଯଜ୍ଞ ହୋଇଥିଲା ଓ ଉପସ୍ଥିତ ସମସ୍ତ ପୂଜାରୀ ମାନଙ୍କୁ “ତୁଳସୀ” ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସେମାନେ “ମୋ ତୁଳସୀ ଯାତ୍ରା” ରେ ସାମିଲ ହୋଇ ଏହି କାର୍ଯ୍ୟକ୍ରମ [...]

ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଇଭରସିଟି ଭାରତର ଶକ୍ତି – ଧର୍ମେନ୍ଦ୍ର ପ୍ରଧାନ

ବି୨୦ ସମ୍ମିଳନୀ ଭାରତ-୨୦୨୩’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ ଡେମୋକ୍ରାସି, ଡେମୋଗ୍ରାଫି ଏବଂ ଡାଇଭରସିଟି ଭାରତର ଶକ୍ତି – ଧର୍ମେନ୍ଦ୍ର ପ୍ରଧାନ • ଡେଲୋଏଟ,  କିନଡ୍ରିଲ,ଟାଟା ସନ୍ସ ସମେତ ଅନେକ ଅଗ୍ରଣୀ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ଭେଟିଲେ • ଶିକ୍ଷାନୁଷ୍ଠାନ ଗୁଡିକରେ ଗବେଷଣାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜାତୀୟ ଗବେଷଣା ପ୍ରତିଷ୍ଠାନ ହେଉଛି • ଭାରତକୁ ଅନୁସନ୍ଧାନ ଏବଂ ବିକାଶର ପେଣ୍ଠସ୍ଥଳୀ ଭାବରେ ଗଢିବା ପାଇଁ ଗୁରୁତ୍ୱ ଦିଆଯାଉଛି • ଭାରତ [...]

ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । [...]

ସ୍ପ୍ରିଙ୍ଗର ନେଚର ଓ ଭାରତୀୟ ଶିକ୍ଷା ମନ୍ତ୍ରାଳୟ।ଇଣ୍ଡିଆ ରିସର୍ଚ୍ଚ ସମାରୋହ ୨୦୨୩

ସ୍ପ୍ରିଙ୍ଗର ନେଚର ଓ ଭାରତୀୟ ଶିକ୍ଷା ମନ୍ତ୍ରାଳୟ ସହଯୋଗୀତାରେ ଭୁବନେଶ୍ୱର ଠାରେ ଇଣ୍ଡିଆ ରିସର୍ଚ୍ଚ ସମାରୋହ ୨୦୨୩ ଆୟୋଜିତ ଅନୁସନ୍ଧାନର ଭବିଷ୍ୟତ: ପ୍ରବେଶ, ବିବିଧତା, ନୈତିକତା ଓ ପ୍ରଯୁକ୍ତିବିଦ୍ୟା ବିଷୟ ବସ୍ତୁ ଅନୁସନ୍ଧାନ ସମାରୋହ ୨୬ ଅଗଷ୍ଟ ୨୦୨୩ରେ ଆୟୋଜିତ ହୋଇଥିଲା । ଏଥିରେ ଅନୁସନ୍ଧାନକାରୀ, ସରକାରୀ ହୀତାଧିକାରୀ, ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ଛାତ୍ରଙ୍କ ସମେତ ପ୍ରତ୍ୟେକ ହୀତାଧିକାରୀଙ୍କୁ ନିଜର ମତ ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା ।ଏହି [...]

ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି – ଶରତ ପଟ୍ଟନାୟକ

ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି – ଶରତ ପଟ୍ଟନାୟକ ଭୁବନେଶ୍ୱର, ତା. ୨୬/୦୮ : ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରିବା ସହ ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରୁଛନ୍ତି, କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏ ସରକାର ଶକ୍ତିହୀନ କାହିଁକି ବୋଲି ଆଜି ପ୍ରଦେଶ କଂଗ୍ରେସ [...]

ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ

ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ ଭୁବନେଶ୍ବର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ କ୍ରମେ ” ଏକାମ୍ର ରାଜା ଗଣେଶ ପୂଜା କମିଟି ” ଆନୁକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢେଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି । ଏହି ପୂଜା ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା [...]

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ସେବା ସମ୍ବର୍ଦ୍ଧିତ

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୮ ଆମ୍ବୁଲାନ୍ସ ସେବା ସମ୍ବର୍ଦ୍ଧିତ ଭୁବନେଶ୍ୱର : ଓଡ଼ିଶାରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବାକୁ ଗତ ଅଗଷ୍ଟ ୧୩  ତାରିଖ ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସା ଓ ସମ୍ବର୍ଦ୍ଧିତ କରାଯାଇଛି । ଭୟାବହ ବାହାନଗା ରେଳ ଦୁର୍ଘଟଣା ସମୟରେ ଯୋଗାଇଥିବା ଅସାଧାରଣ ସେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ଲୋକସେବା ଭବନରେ ଆୟୋଜିତ ହୋଇଥିଲା ଯେଉଁଠାରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ, ଅନୁଷ୍ଠାନ ଓ ଏଜେନ୍ସିଗୁଡିକୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏମ୍‌ଡି ଏନ୍‌ଏଚ୍‌ଏମ୍‌, ଆଇଏଏସ, ଡକ୍ଟର ବୃନ୍ଦା ଡି ଓ ୧୦୮ ଆମ୍ବୁଲାନ୍ସର ପ୍ରୋଜେକ୍ଟ ହେଡ୍ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କଠାରୁ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି । ଏସମ୍ପର୍କରେ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, “ଆମେ ଗତ ୧୧ ବର୍ଷ ହେବ ଓଡିଶାରେ ପରିଚାଳନା କରୁଛୁ ଏବଂ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ ଅନେକ ଦୃଷ୍ଟିରୁ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଥିଲା । କାରଣ ମାତ୍ର କିଛି ଘଂଟାରେ ୧୧ଟି ଜିଲ୍ଲାରୁ ୨୨୯ଟି ଏମର୍ଜେନ୍ସି ମେଡିକାଲ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଅଣାଯାଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇପାରିଥିଲା । ଗତ କିଛି ବର୍ଷ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟରେ ନିଜର ସେବାକୁ ଉନ୍ନତ କରିଛି । କେବଳ ୨୮୦ଟି ଆମ୍ବୁଲାନ୍ସ ସହ ଆରମ୍ଭ କରିଥିବା ଜେଡ୍‌ଏଚ୍‌ଏଲ୍ ଏବେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ଅଧିନରେ ୧୧୨୪ଟି ଆମ୍ବୁଲାନ୍ସର ପରିଚାଳନା କରୁଛି । ଏହି ସେବା ୧ କୋଟିରୁ ଅଧିକ ରୋଗୀଙ୍କୁ ଉପକୃତ କରିଛି । ସେହିପରି ୬ଟି ୧୦୮ ବୋଟ ଆମ୍ବୁଲାନ୍ସକୁ ବିଚ୍ଛିନ୍ନାଂଚଳରେ ନିୟୋଜିତ କରାଯାଇଛି । ଏହାର ଭୁବନେଶ୍ୱର-ସ୍ଥିତ ୨୪ଞ୍ଚ୭ ଇଂଟିଗ୍ରେଟେଡ୍ ସେଂଟର୍‌ର ଅଧିକାରୀମାନେ ଦକ୍ଷତାର ସହ ରୋଗୀଙ୍କ ସ୍ଥାନ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ ଯେତେଶୀଘ୍ର ସମ୍ଭବ ଆବଶ୍ୟକୀୟ ଚିକିତ୍ସା ସେବା ପାଇବାରେ ସହଯୋଗ କରିଥାନ୍ତି । ୧୦୮ ଆମ୍ବୁଲାନ୍ସ ସେବାକୁ ମାର୍ଚ୍ଚ ୫, ୨୦୧୩ରେ ଆରମ୍ଭ କରାଯାଇଥିଲା । [...]

ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ

– ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟେକ ରାଜ୍ୟ ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ । – ଏ ଦେଶରେ ବା ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ନିଜସ୍ୱ କିଛି ମାନ ଓ ମାନକ ରହିଛି । – ପ୍ରାୟ ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ [...]