Search for:
  • Home/
  • Month: August 2023

ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ଯାଇଥିବା ପ୍ରକାଶ କରିଛନ୍ତି ଫାରିଆ ଅବ୍‌ଦୁଲ୍ଲା

ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ଯାଇଥିବା ପ୍ରକାଶ କରିଛନ୍ତି ଫାରିଆ ଅବ୍‌ଦୁଲ୍ଲା   ଭୁବନେଶ୍ୱର : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍‌ଅପ୍‌, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ ବାସ୍ତବ ସ୍ଥାନ ହୋଇଥାଉ କି ନାହିଁ, ଦର୍ଶକ ଶୋ’, କାହାଣୀ ଓ ଚରିତ୍ର ସହିତ ଯୋଡ଼ି ହେବାକୁ ସକ୍ଷମ ହୋଇଥାନ୍ତି । ବାସ୍ତବ ଓ ପ୍ରକୃତ ସ୍ଥାନଗୁଡିକ କିଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଥାଏ ତାହାକୁ ସୁନ୍ଦର ଭାବେ ଚିତ୍ରଣ କରିଛି ସୋନି ଲିଭ୍‌ର ନୂଆ ଶୋ’ ଦ ଜେଙ୍ଗାବୁରୁ କର୍ସ । ନିଜର ସୁଟିଙ୍ଗ୍ ସମୟର ଅନୁଭୂତି ସମ୍ପର୍କରେ ଉଲ୍ଲେଖ କରି ଏହି ୱେବ୍‌ସିରିଜ୍‌ରେ ପ୍ରିୟମ୍ବଦା ଦାସ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଫାରିଆ ଅବ୍‌ଦୁଲ୍ଲା କହିଛନ୍ତି, ‘ଏୟାରପୋର୍ଟ ହେଉ କିମ୍ବା ବଜାର, ଆମେ ପ୍ରକୃତ ସ୍ଥାନଗୁଡିକରେ ସୁଟିଂ କରିଥିଲୁ । ଦ ଜେଙ୍ଗାବୁରୁ ଟିମ୍ ସ୍ଥାନଗୁଡିକର ବାସ୍ତବତା ଓ ସତ୍ୟତାକୁ ବଜାୟ ରଖିବା ପାଇଁ ପ୍ରୟାସ କରିଛି ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ମୋର ଏକ ଜନଗହଳିପୂର୍ଣ୍ଣ ବଜାରରେ ସୁଟିଙ୍ଗ୍ କରିବା ଏବଂ ଆମ ଟିମ୍ ବାରମ୍ବାର ଲୋକମାନଙ୍କୁ କ୍ୟାମେରାକୁ ନଦେଖିବା ପାଇଁ ଓ ଅନ୍ୟ ଆଡେ ଦେଖିବା ପାଇଁ ନିର୍ଦ୍ଦେଶ ଦେଉଥିବା କଥା ମନେ ଅଛି । ଏହି ସୁଟିଂର ସବୁଠାରୁ ଉତ୍ସାହଜନକ ଓ ରୋମାଂଚକର ଅଂଶ ହେଉଛି ପ୍ରକୃତ ଖଣିରେ ସୁଟିଂ କରିବା । ଆମେ କିଛି ସିନ୍‌ର ସୁଟିଂ କରିବା ପାଇଁ ଖଣି ଭିତରେ ୫୦୦ ଫୁଟ୍ ପର୍ଯ୍ୟନ୍ତ ଗଭୀରକୁ ଯାଇଥିଲୁ । ଆମକୁ ହେଲ୍‌ମେଟ୍ ଓ ବୁଟ୍ ପିନ୍ଧିବାକୁ ପଡିଥିଲା, ଆମେ ଖଣିର ଯେତେ ଭିତରକୁ ଯାଉଥିଲୁ ଅମ୍ଳଜାନ ସ୍ତର ସେତେ ହ୍ରାସ ପାଉଥିଲା । ଆମେ ଭୟଭୀତ ହୋଇପଡିଥିଲୁ କିନ୍ତୁ ସେହି ଅନୁଭୂତି ଅବାସ୍ତବ ଥିଲା ।’ ଷ୍ଟୁଡିଓ ନେକ୍ସଟ୍ ଦ୍ୱାରା ପ୍ରଯୋଜିତ ଦ ଜେଙ୍ଗାବୁରୁ କର୍ସକୁ ନୀଳମାଧବ ପଣ୍ଡା ନିର୍ମାଣ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ମୟଙ୍କ ତିୱାରିଙ୍କ ଦ୍ୱାରା ଲିଖିତ ଏହି ସିରିଜ୍‌ରେ ପାଓଲୋ ପେରେଜ୍ ଡିଓପି ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ଅଳକାନନ୍ଦା ଦାସଗୁପ୍ତା ଓ ଦୂର୍ଗାପ୍ରସାଦ ମହାପାତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଡକ୍ସନ ଡିଜାଇନର୍ ଭାବେ କାର୍ଯ୍ୟ କରିଥିଲେ । ଜବିନ୍ ମର୍ଚ୍ଚାଂଟ୍‌ଙ୍କ ଦ୍ୱାରା ସମ୍ପାଦିତ ଏହି ସିରିଜ୍‌ରେ ଫାରିଆ ଅବ୍‌ଦୁଲ୍ଲା, ନାସିର, ମକରନ୍ଦ, ଦେଶପାଣ୍ଡେ, ସୁଦେବ ନାୟର, ଦୀପକ ସମ୍ପତ ଓ ହିତେଶ ଦାଭେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । [...]

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁଳ କାରଣ ବିଜେଡି ନେତା, ପୋଲିସ ଓ ପ୍ରଶାସନର ମଧୁଚନ୍ଦ୍ରିକା: ଡ.ଲେଖାଶ୍ରୀ

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁର ତଦନ୍ତ ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ମୁଳ କାରଣ ବିଜେଡି ନେତା, ପୋଲିସ ଓ ପ୍ରଶାସନର ମଧୁଚନ୍ଦ୍ରିକା: ଡ.ଲେଖାଶ୍ରୀ  ଅପମୃତ୍ୟୁ ହୋଇଥିବା ନାବାଳିକା ଝିଅର ବିନା ପୋଷ୍ଟମର୍ଟମରେ ଶବସତ୍କାର କରାଯିବା ସଂପୂର୍ଣ୍ଣ ବେଆଇନ  ମାମଲାକୁ ରଫାଦଫା କରିବା ପାଇଁ ମୁଖ୍ୟ ଅଭିଯୁକ୍ତଙ୍କ ମା’ଙ୍କୁ ଫୋନ କରି ୭୦ ହଜାର ଟଙ୍କା ଦାବୀ କରୁଥିବାର [...]

ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ  ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଆସନ୍ତା ୧୬ରେ ସ୍ୱର୍ଗତଃ ସୁଶ୍ରୀ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା  ଯୋଗ ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ  ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଭୁବନେଶ୍ୱର, ତା.୧୪/୦୮: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ (କୁନି ଅପା)ଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇଛି । ଆସନ୍ତା ୧୬ ତାରିଖ ସଂଧ୍ୟା [...]

ପୀଡିତଙ୍କ ଦୁଃଖ ଓ କଷ୍ଟକୁ ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

‘ବିଭାଜନ ବିଭୀଷିକାର ସ୍ମୃତି ଦିବସ” ପୀଡିତଙ୍କ ଦୁଃଖ ଓ କଷ୍ଟକୁ ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସମୟରେ ଭାବବିହ୍ୱଳ ହେଲେ ପୀଡିତ ଭୁବନେଶ୍ୱର, ତା.୧୪/୦୮: ଦେଶ ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ବଳିଦାନ ଦେଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା [...]

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ତେଜସ୍ କୋଚ୍ ସହିତ ଶୁଭାରମ୍ଭ :

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ତେଜସ୍ କୋଚ୍ ସହିତ ଶୁଭାରମ୍ଭ : ଭୁବନେଶ୍ୱର:ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର କେନ୍ଦ୍ର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ତେଜସ୍ କୋଚ୍ ସହିତ ଚଳାଚଳକୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ [...]

ମାନବ ଇତିହାସର ସବୁଠୁ ବଡ ବିଭୀଷିକା : ମନମୋହନ ସାମଲ

ବାଙ୍କୀରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ମାନବ ଇତିହାସର ସବୁଠୁ ବଡ ବିଭୀଷିକା : ମନମୋହନ ସାମଲ ଭୁବନେଶ୍ୱର / ବାଙ୍କୀ, ତା.୧୪/୦୮: ଦେଶ ବିଭାଜନ ସମୟରେ ନିର୍ମମ ଦୁଃଖ, ଯନ୍ତ୍ରଣା, ଦୁଷ୍କର୍ମ ଓ ନରହତ୍ୟାର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ଦେଶ ବିଭାଜନ ସମୟର ୨୦ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୨ଲକ୍ଷ ମହିଳା ଓ ଅଢ଼େଇ ଲକ୍ଷ ଶିଶୁ ଥିଲେ [...]

ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ : ମନମୋହନ ସାମଲ

ବାଙ୍କୀଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି ‘ଜାତୀୟ ପତାକା’ ପ୍ରତ୍ୟେକ ଭାରତୀୟଙ୍କ ଗୌରବ ଓ ସ୍ୱାଭିମାନର ପ୍ରତୀକ : ମନମୋହନ ସାମଲ  ନିଜ ନିଜ ଘରେ ପ୍ରତ୍ୟେକ ଭାରତୀୟ “ତ୍ରିରଙ୍ଗା ପତାକା” ଉଡାଇବାକୁ ରାଜ୍ୟ ସଭାପତି କଲେ ଅନୁରୋଧ ଭୁବନେଶ୍ୱର/ବାଙ୍କୀ, ତା.୧୪/୦୮: ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଯଶସ୍ୱୀ [...]

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ଓ ଶହେ ଅଫିସର ଭୁବନେଶ୍ୱର: ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। ଗତକାଲି ଫୁଲ୍ ଡ୍ରେସ ରିହର୍ସଲ ଶେଷ ହୋଇଥିବା ବେଳେ ଆଜି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି।ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସର [...]

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ଭୁବନେଶ୍ୱର-୧୪.୦୮.୨୦୨୩: ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଆ ଭାଷାର ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ନିମନ୍ତେ ଦ୍ୱିତୀୟ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । [...]

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ରୁ ଗାନ୍ଧୀ ମାର୍ଗ ବିଶାଳ ତ୍ରିରଙ୍ଗା ଯାତ୍ରା।

ଅମୃତ ମହୋତ୍ସବ ପାଳନ ଅବସରରେ ୧୨୦୦ ମିଟରୁ ଉର୍ଦ୍ଧ ଲମ୍ବର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା। ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର ରୁ ଗାନ୍ଧୀ ମାର୍ଗ ବିଶାଳ ତ୍ରିରଙ୍ଗା ଯାତ୍ରା। ୭୭ ତମ ସ୍ବାଧନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରଧାମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଭୁବନେଶ୍ଵର ରେ ବିଶାଳ ତ୍ରିରଙ୍ଗା ପଦଯାତ୍ରା  ୧୩ ରୁ ୧୫ ପର୍ଯ୍ୟନ୍ତ ତିନି ଦିନ ଧରି ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ [...]