ଗଛ ସହିତ ବନ୍ଧୁତ୍ୱ ଦିବସ ପାଳିଲା ତୁଷାର ଚାରିଟେବୁଲ ଟ୍ରଷ୍ଟ
ଗଛ ସହିତ ବନ୍ଧୁତ୍ୱ ଦିବସ ପାଳିଲା
ତୁଷାର ଚାରିଟେବୁଲ ଟ୍ରଷ୍ଟ
ଭୁବନେଶ୍ୱର, ୬.୮ : ବନ୍ଧୁତ୍ୱ ଦିବସ ଅବସରରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବନ୍ଧୁମାନଙ୍କୁ ଭେଟି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେହି କେହି ମିଠା ଓ ପତାରକା ହୋଟେଲରେ କେକ୍ କାଟି ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡକ୍ସନ ଏକ ନିଆରା ଢଙ୍ଗରେ ଗଛ ସହିତ ବନ୍ଧୁତ୍ୱର ଡୋରୀ ବାନ୍ଧି ବନ୍ଧୁତା ଦିବସ ପାଳନ କରିଛି । ପ୍ରକାଶଥାଉକି ପ୍ରଳୟଙ୍କାରୀ ୧୯୯୯ ମହାବାତ୍ୟା ପରେ ଯେତେବେଳେ ଲକ୍ଷ ଲକ୍ଷ ଗଛ ଉପୁଡ଼ି ପଡ଼ିଥିଲା ଓ ଗଛର ଘୋର ଅଭାବ ପରିଲକ୍ଷିତ ହୋଇଥିଲା, ସେତେବେଳେ ଗଛପ୍ରେମୀ ସୁନାକର ସିଂ ଭୁବନେଶ୍ୱରସ୍ଥିତ ୟୁନିଟ୍-୯ ଫ୍ଲାଟରେ ଏକ ଚାକୁଣ୍ଡା ଗଛ ଲଗାଇଥିଲେ । ଦୀର୍ଘବର୍ଷ ପରେ ସେ ଚାକୁଣ୍ଡାଗଛଟି ଏକ ବିରାଟ ଗଛରେ ପରିଣତ ହୋଇଛି । ସେହି ଗଛ ସହିତ ବନ୍ଧୁତା ଦିବସ ପାଳନ କରି ଆଗାମୀ ପିଢି ପାଇଁ କିପରି ଅଧିକରୁ ଅଧିକ ବୃକ୍ଷରୋପଣ କରାଯାଇପାରିବ, ସେଥିପ୍ରତି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନାକର ସିଂହ, କର୍ପୋରେଟର ଜୀବନ ରାଉତ, ଶିବିର ପରିଡ଼ା, ପ୍ରଶାନ୍ତ ମହାନ୍ତି, ଜୀବନ ସାମନ୍ତରାୟ, ସୁମନ୍ତ ସ୍ୱାଇଁ, ଧନଞ୍ଜୟ କୁଣ୍ଡୁ, ଅସିତ କୁମାର ଚୌଧୁରୀ, ନିତ୍ୟାନନ୍ଦ ବେହେରା, ଅମରେଶ ସାମନ୍ତ, ପ୍ରଦୀପ କୁମାର ଦାସ, ସଂଗ୍ରାମ ଜେନା, ବିଶ୍ୱ ନାୟକ, ରାକେଶ ସେଠୀ, ଆଲୋକ ମହାନ୍ତି, ଲିଙ୍ଗା ମାଝୀ, ରଞ୍ଜନ ମହାନ୍ତ, ଅଲେଖ ଜେନାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବି ଏବଂ ସମାଜସେବୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।
ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଛନ୍ତି ଯେ, ର୍ବମାନ କ୍ରମାଗତ ଭାବରେ ବୃକ୍ଷଛେଦନ ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇ ଏକ ନୂତନ ରେକର୍ଡ଼ ସୃଷ୍ଟି କଲାଣି । ଏହାର କୁପ୍ରଭାବ ଜୀବଜଗତ ଉପରେ ପଡୁଛି । ଜଙ୍ଗଲ ଧ୍ୱଂସ କାରଣରୁ ବିଭିନ୍ନ ହିଂସ୍ରଜନ୍ତୁ ଜନବସତି ମୁହାଁ ହେଉଛନ୍ତି ଏବଂ ମଣିଷ ଓ ପଶୁଙ୍କ ମଧ୍ୟରେ ଲଢେଇ ଘଟି ଅନେକ କ୍ଷୟକ୍ଷତି ଘଟୁଛି । ବ୍ୟାପକ ବୃକ୍ଷ ଛେଦନ ଫଳରେ ଅମ୍ଲଜାନର ଅଭାବର ପରିଲକ୍ଷିତ ହେଉଛି । ଏହିସବୁ ସମସ୍ୟାର ସମାଧାନ ପାଇଁ ବୃକ୍ଷରୋପଣ ଏକମାତ୍ର ମାଧ୍ୟମ । ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରି ସମାଜକୁ ପରିବେଶ ପ୍ରଦୂଷଣୁ ମୁକ୍ତ କରିବାକୁ ଶ୍ରୀ ବାରିକ ନିବେଦନ କରିଛନ୍ତି ।