Search for:
  • Home/
  • ରାଜ୍ୟ/
  • ଓଡିଶାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ

ଓଡିଶାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ

Spread the love

Loading

ଓଡିଶାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ

ରାଜ୍ୟରେ ସମସ୍ତ ଶିଶୁଙ୍କ ଟୀକାକରଣକୁ ସୁନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ
ଭୁବନେଶ୍ୱର,୮.୦୯.୨୦୨୩: ଓଡିଶାରେ ସେପ୍ଟେମ୍ବର ୧୧ରୁ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ ହେବ । ଏହି ଅଭିଯାନର ର ମୂଳ ଉଦ୍ଦେଶ୍ୟ ହେଉଛି ଟୀକା ନେଇ ନଥିବା ସମସ୍ତ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ଏବଂ ପଞ୍ଜୀକରଣ କର ିଟୀକାକରଣ କରିବା ।
ଆଇ.ଏମ୍‌.ଆଇ ୫.୦ ଅଭିଯାନ ସେପ୍ଟେମ୍ବରରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କରାଯିବ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ଛଅ ଦିନ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ୧୧ ରୁ ୧୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟ ୯ ରୁ ୧୪ ଅକ୍ଟୋବର ୨୦୨୩ ଏବଂ ତୃତୀୟ ପର୍ଯ୍ୟାୟ ୬ ରୁ ୧୧ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଏହି ବ୍ୟାପକ ପ୍ରୟାସର ଲକ୍ଷ୍ୟ ହେଉଛି ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ୍‌ରେ ୧,୦୪,୨୬୧ଟିକା ନେଇନଥିବା କିମ୍ବା ଆଂଶିକ ଟିକା ନେଇଥିବା ଶିଶୁଏବଂ ୧୯,୮୯୬ ଗର୍ଭବତୀ ମହିଳାଙ୍କ ଟୀକାକରଣ କରିବା ।
ଅଭିଯାନ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ଡା଼ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, “ଅଧାରୁ ଟିକା ଛାଡି ଦେଇଥିବା ଓ ଟୀକା ନେଇନଥିବା ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଟୀକାକରଣ କରିବା ପାଇଁ ରାଜ୍ୟ ପ୍ରତିଶ୍ରୁତିବଦ୍ଧ । ଆମର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତ ଶିଶୁଙ୍କ ଟୀକାକରଣ କରିବା” । ସେ ଏହା ମଧ୍ୟ କହିଛନ୍ତି ଯେ, “ସମସ୍ତ ଗର୍ଭବତୀ ମହିଳା ଯେଉଁମାନେ ଟୀକାକରଣରୁ ବଞ୍ଚିତ ହୋଇଛନ୍ତି ସେମାନେ ମଧ୍ୟ ଏହି ଅଭିଯାନରେ ଅନ୍ତର୍ଭୁକ୍ତ ହେବେ ।”
ଗଣମାଧ୍ୟମକୁ ଉଦବୋଧନ ଦେଇ ୟୁନିସେଫ ର ସାମାଜିକ ଓ ସ୍ୱଭାବ ପରିବର୍ତ୍ତନ ବିଶେଷଜ୍ଞ ଡା ସୁଗତ ରଏ କହିଥିଲେ, “ସ୍ୱଭାବ ପରିବର୍ତ୍ତନ ଏକ ଜଟିଳ ପ୍ରକ୍ରିୟା ତେଣୁ ସମାଜରେ ଟୀକା ପ୍ରତି ଥିବା ନିରୋଧାଭାବକୁ ପ୍ରଭାବିତ କରୁଥିବା କାରଣ ଗୁଡିକୁ ବୁଝିବା ପାଇଁ ଏକ ବ୍ୟବସ୍ଥିତ ପଦ୍ଧତିର ଆବଶ୍ୟକତା ରହିଛି । ଟୀକାଗୁଡିକର ଲାଭ ବିଷୟରେ ଜ୍ଞାନ ଅଭାବ ହେତୁ ଶିଶୁମାନେ ଓ ଗର୍ଭବତୀ ମା ମାନେ ଟୀକାକରଣରେ ଭାଗ ନେଇନଥାନ୍ତି । ପରିବାର ମାନଙ୍କୁ ସଚେତନ କରିବା ସଂଙ୍ଗେ ସଂଙ୍ଗେ ଟୀକାକରଣ ପାଇଁ ଉତ୍ସାହିତ କରିବା ଦିଗରେ ଆମେ କାର୍ଯ୍ୟ କରିବୁ ।”
ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟ, ୨୦୧୯-୨୧ ଅନୁଯାୟୀ, ଦେଶରେ ସମ୍ପୂର୍ଣ୍ଣ ଟୀକାକରଣରେ ଓଡିଶାର ସର୍ବାଧିକ ହାର ରହିଛି । ଓଡିଶା ସମ୍ପୂର୍ଣ୍ଣ ଟୀକାକରଣରେ କ୍ରମାଗତ ଉନ୍ନତି କରି ୩୬.୧% (ଏନ୍‌ଏଫ୍‌ଏଚ୍‌ଏସ୍ ୧ ରିପୋର୍ଟ,୧୯୯୨-୯୩) ରୁ ୯୦.୫% (ଏନ୍‌ଏଫ୍‌ଏଚ୍‌ଏସ୍ ୫ ରିପୋର୍ଟ,୨୦୧୯-୨୧) ପହଞ୍ଚିିପାରିଛି । ଏହା ଦ୍ୱାରା ରାଜ୍ୟରେ ରୋଗ ପ୍ରତିରୋଧକ ଟୀକା ହେତୁ ଶିଶୁ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ।

୨୦୧୫ ମସିହାପରଠାରୁ, ଓଡିଶାରେ ସଫଳତାର ସହିତ ଦଶଟି ମିଶନ୍ ଇନ୍ଦ୍ରଧନୁଷ ଅଭିଯାନ ପରିଚାଳିତ ହୋଇସାରିଛି । ଏହି ବର୍ଷ ଆଇଏମ୍‌ଆଇ ୫.୦ ଅଭିଯାନ ର ମୂଳ ଉଦ୍ଦେଶ୍ୟ ହେଉଛି ଟୀକା ନେଇ ନଥିବା ସମସ୍ତ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ୟୁ-ୱିନ୍ (ଡିଜିଟାଲ୍ ପ୍ଲାଟଫର୍ମ) ରେ ପଞ୍ଜୀକୃତ କରିବା ଏବଂ ସ୍ୱତନ୍ତ୍ର ଯୋଜନାବଦ୍ଧ ଉପାୟରେ ଆଇଏମ୍‌ଆଇ ଅଧିବେଶନରେ ଟୀକା ଦେବା । ଆଇ.ଏମ୍‌.ଆଇ ୫.୦ ଅଭିଯାନ ର ମୁଖ୍ୟ ଯୋଜନା ହେଉଛି, ସ୍ୱାସ୍ଥ୍ୟ ବିଭାଗର କାର‌୍ୟ୍ୟକର୍ତ୍ତାଙ୍କ ତାଲିମ, ଅଧାରୁ ଟୀକା ଛାଡିଦେଇଥିବା ଓ ଟୀକା ନେଇନଥିବା ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ସର୍ଭେ ମାଧ୍ୟମରେ ଗଣନା, ଉପସ୍ୱାସ୍ଥ୍ୟକେନ୍ଦ୍ର/ବ୍ଲକ୍‌/ଜିଲ୍ଲା ସ୍ତରରେ ଅଣୁ ଯୋଜନା ପ୍ରସ୍ତୁତି ଏବଂ ରାଜ୍ୟ/ଜିଲ୍ଲା/ବ୍ଲକ ସ୍ତରରେ ତଦାରଖ ଏବଂ ମନିଟରିଂ କରିବା । ଜିଲ୍ଲା ସ୍ତରରେ ଆଇ.ଏମ୍‌.ଆଇ ୫.୦ ର ଫଳପ୍ରଦ ପ୍ରସ୍ତୁତି ପାଇଁ ସମସ୍ତ ଜିଲ୍ଳା/ମ୍ୟୁନିସ୍‌ପାଲ କର୍ପୋରେସନ୍‌ମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଗୁଡିକ ଦିଆଯାଇଛି ।
ଆଇ.ଏମ୍‌.ଆଇ ୫.୦ ଅଭିଯାନ ସଫଳତା ଓ ଅନ୍ତ-ବିଭାଗୀୟ ସଂଯୋଜନା ପାଇଁ, ଓଡିଶାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନ୍ୟ ବିଭାଗର ସମସ୍ତ ସଚିବଙ୍କ ସହ ୫ ସେପ୍ଟେମ୍ବର ୨୦୨୩ ରେ ରାଜ୍ୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ମାସରେ ସେହିଭଳି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର୍ ତଥା ଶାସନ ସଚିବଙ୍କ, ଅଧ୍ୟକ୍ଷତାରେ ଅନ୍ୟାନ ବିଭାଗର ନିର୍ଦ୍ଦେଶକଙ୍କ ସହ ରାଜ୍ୟ ଟାସ୍କ୍ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ, ମ୍ୟୁନିସିପାଲିଟି କର୍ପୋରେସନ୍ ସ୍ତରରେ କମିଶନଙ୍କ ଅଧ୍ୟକ୍ଷତାରେ ସେସମାନଙ୍କ ଜିଲ୍ଲା/ ସହରରେ ଆଇ.ଏମ୍‌.ଆଇ ପାଇଁ ପ୍ରସ୍ତୁତିର ସମୀକ୍ଷା ପାଇଁ ସିଟି ଟାସ୍କ ଫୋର୍ସ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରକ୍ରିୟାରେ ୟୁନିସେଫ୍‌, ଡବ୍ଲୁ.ଏଚ୍‌.ଓ, ୟୁ.ଏନ୍‌.ଡି.ପି ଏବଂ ଜେ.ଏସ୍‌.ଆଇ ପରି ସଂସ୍ଥା ସକ୍ରିୟଭାବରେ ରାଜ୍ୟରେ ଆଇଏମ୍‌ଆଇ ୫.୦ ଅଭିଯାନ ଲାଗୁ କରିବାକ ୁସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Comment

All fields marked with an asterisk (*) are required