Search for:
  • Home/
  • ରାଜ୍ୟ/
  • ଅଗଷ୍ଟ ୯ରେ ସଂଭାବନାର “ଜୟହିନ୍ଦ୍’ କାର୍ଯ୍ୟକ୍ରମ*

ଅଗଷ୍ଟ ୯ରେ ସଂଭାବନାର “ଜୟହିନ୍ଦ୍’ କାର୍ଯ୍ୟକ୍ରମ*

Spread the love

Loading

*ଅଗଷ୍ଟ ୯ରେ ସଂଭାବନାର “ଜୟହିନ୍ଦ୍’ କାର୍ଯ୍ୟକ୍ରମ*
ଭୁବନେଶ୍ୱର ତା ୭/୮-ଅଗଷ୍ଟ ମାସ ହେଉଛି ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ମାସ।ଦେଶ ସ୍ବାଧୀନତାର ମାସ।ଐତିହାସିକ ଅଗଷ୍ଟ କ୍ରାନ୍ତି ଦିବସ,ଅଗଷ୍ଟ ୯ ହେଉଛି ମଧ୍ୟ ସଂଭାବନାର ସ୍ବନକ୍ଷତ୍ର ଦିବସ। ଉକ୍ତ ଦିନ ସଂଧ୍ୟା ୬ଘଟିକାରେ ଜୟଦେବ ଭବନ ଠାରେ ସୁନାମଧନ୍ୟ ଶିଳ୍ପୀଙ୍କ ସ୍ବରରେ ଦେଶଭକ୍ତି ସଂଗୀତର କାର୍ଯ୍ୟକ୍ରମ, “ଜୟହିନ୍ଦ୍” ଅନୁଷ୍ଠିତ ହେବ। ଏହା ସହ ସ୍ବନକ୍ଷତ୍ର ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯିବ।
ଅବିଶ୍ରାନ୍ତ ଭାବେ ବର୍ଷ ସାରା ଓଡ଼ିଆ ସ୍ବାଭିମାନ, ଅସ୍ମିତା, ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ଚେତନା ସୄଷ୍ଟି ପାଇଁ ଉଦ୍ୟମ ଜାରୀ ରଖିଥିବା ସଂଭାବନାର ୨୩ତମ ସ୍ବନକ୍ଷତ୍ର ଉତ୍ସବ ଅବସରରେ ଜୀବନ ବ୍ୟାପୀ ସାଧନା ପାଇଁ ବରିଷ୍ଠ ସାମ୍ବାଦିକ *ସଂପଦ ମହାପାତ୍ର* ଙ୍କୁ ସଂଭାବନା ସ୍ବନକ୍ଷତ୍ର ସମ୍ମାନ ପ୍ରଦାନ କରାଯିବ। ସେହିଭଳି ବିଶିଷ୍ଟ ସ୍ତମ୍ବକାର *ସରଳ କୁମାର ଦାସ* ଙ୍କୁ ମଧ୍ୟ ସ୍ବନକ୍ଷତ୍ର ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯିବ।
ଏହି ଅବସରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ *ବର୍ଣ୍ଣାଳୀ ହୋତା, ସୌରଭ ନାୟକ, ଗୌତମ ଗିରି,ସୁଶାନ୍ତ ପଣ୍ଡା, ନିମାକାନ୍ତ ରାଉତରାୟ, ହରପ୍ରିୟା ସ୍ବାଇଁ, ଛନ୍ଦା ମିଶ୍ର,ସିଦ୍ଧାନ୍ତ ଶତପଥୀ, ବିଜୟଲକ୍ଷ୍ମୀ ରାଉତରାୟ ଆଦିଙ୍କୁ ନେଇ ଦେଶଭକ୍ତି ସଂଗୀତର କାର୍ଯ୍ୟକ୍ରମ,”ଜୟହିନ୍ଦ୍” ଅନୁଷ୍ଠିତ ହେବ।*
ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ *ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା,ଟ୍ରଷ୍ଟି ସ୍ମୃତି ମହାନ୍ତି, ଓଡ଼ିଆଣୀ ସମିତିର ସଂପାଦିକା ରେଖା ସାହୁ,ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ ଓ ରଶ୍ମିତା ରଥ* ଆଦି କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜନସାଧାରଣ ବହୁ ସଂଖ୍ୟାରେ ଜୟହିନ୍ଦ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ କରିଛନ୍ତି।

Leave A Comment

All fields marked with an asterisk (*) are required