ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଦୁଃଖ ବୁଝିଲେ।
ଭୁବନେଶ୍ୱର:ଗତକାଲି ଭୁବନେଶ୍ଵରର ୟୁନିଟ୍ ୨ ଅଶୋକ ନଗର ଅଞ୍ଚଳର, ରେମଣ୍ଡ ଶୋରୁମ ସମ୍ମୁଖରେ ଥିବା କିଓସ୍କରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଓ ଦୁଇଟି ଦୋକାନ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଫାଷ୍ଟଫୁଡ ଦୋକାନ ହୋଇଥିବା ବେଳେ ଅନ୍ୟଟି ଜୁଶ ଓ ଆଇସକ୍ରିମ ଦୋକାନ ଥିଲା ବୋଲି ଜଣାପଡିଛି। ଏହି ଦୁଃଖଦ ଖବର ବିଷୟରେ ଜାଣି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସେକ୍ରେଟାରୀ ମନୋଜ କୁମାର ସ୍ଵାଇଁ ଓ ଉପସଭାପତି ଧୀରେନ୍ଦ୍ର ସ୍ଵାଇଁ ଘଟଣା ସ୍ଥଳରେ ପହଁଞ୍ଚିବା ସହ ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ରୁଦ୍ର ସାମନ୍ତରାୟ ତତକ୍ଷଣାତ ଉଠା ବ୍ୟବସାୟୀ ଭାଇ ମାନଙ୍କ ନିକଟରେ ପହଞ୍ଚି କ୍ଷତିଗ୍ରସ୍ତ ହୋଇଥିବା ଦୋକାନୀ ମାନଙ୍କୁ ସାକ୍ଷାତ୍ କରିବା ସହ ପରିସ୍ଥିତିର ଗଭୀରତାକୁ ହୃଦୟଙ୍ଗମ କରିପାରିଥିଲେ। କେବଳ ଶାରୀରିକ ଭାବେ ନୂହେଁ ବରଂ ମାନସିକ ସ୍ତରରେ ମଧ୍ୟ ରୁଦ୍ର ସାମନ୍ତରାୟ ସେମାନଙ୍କ ସାଙ୍ଗରେ ରହି ତାଙ୍କୁ ସାନ୍ତ୍ଵନା ଦେଇଥିଲେ ଓ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମନା କରିବାକୁ ସାହସ ଦେଇଥିଲେ। ସେମାନେ ସହିଥିବା କ୍ଷତିର ଭରଣ ପୋଷଣ ନିମନ୍ତେ ଆଗାମୀ ଦିନରେ କିପରି ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ସେ ବିଷୟରେ ଆଲୋଚନା କରିବା ସହ କିଛି ମାତ୍ରାରେ କ୍ଷତିପୂରଣ ନିମନ୍ତେ ଦୁଇଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ରୁଦ୍ର ସାମନ୍ତରାୟ ସବୁବେଳେ ସବୁ ସମୟରେ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ସହ ସୁଖରେ ଦୁଃଖରେ ଥାନ୍ତି ବୋଲି ମହାସଂଘର ସମସ୍ତ ସଦସ୍ୟ ସ୍ୱୀକାର କରିବା ସହ ତାଙ୍କର ଏହି ବଦାନ୍ୟ ମନୋଭାବ ଯୋଗୁ ଉଭୟ ଦୋକାନୀ ତାଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।