ହୁଁ ହୁଁ ହୋଇ ସବୁ ମହଙ୍ଗା ବଢୁଛି ଲୋକେ ତା ତି ଲେ।

ଭୁବନେଶ୍ୱର:ପେଟ୍ରୋଲ ମହଙ୍ଗା, ପିଆଜ ମହଙ୍ଗା, ଗ୍ୟାସ ବି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଦର ମାସେ ତଳେ ଯାହା ଥିଲେ ଏବେ ଡବଲ ହେଲାଣି। କିଛି ସ୍ଥାନରେ କିଲୋ ୫୫ ରେ ବିକା ହେଲାଣି। କେଉଁଠି ବ୍ୟବସାୟୀ ସଂଘ ମହାରାଷ୍ଟ୍ରରେ ପ୍ରବଳ ବର୍ଷାକୁ ଦାୟୀ କରୁଥିବାବେଳେ ଆଉ କେଉଁଠି ମୁନାଫାଖୋର ବଡ଼ ବ୍ୟବସାୟୀଙ୍କ ହୋଡିଂ କାରସାଦିକୁ ଦୋଷ ଦେଉଛନ୍ତି। ତେଣେ ରୋଷେଇ ଗ୍ୟାସ ଏ ମାସରେ ଧଡ଼ କିନା ଆଉ ୧୫ଟଙ୍କା ବଢି ୯୨୬ଟଙ୍କା ହେଲାଣି। ଗ୍ରାହକଙ୍କଠୁ ଗୃହିଣୀ, ମହଙ୍ଗା ମାଡ଼ରେ ସମସ୍ତେ ଯେମିତି ତ୍ରାହି ତ୍ରାହି ଡାକିଲେଣି।

Leave a Reply

Your email address will not be published. Required fields are marked *