Search for:
  • Home/
  • ରାଜ୍ୟ/
  • ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ

ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ

Spread the love

Loading

ପୂର୍ବ ତଟ ରେଳପଥ ଦ୍ୱାରା କ୍ଷେତ୍ରୀୟ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ :

ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ରେଳପଥର ମୁଖ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ବୈଠକ ଅନୁଷ୍ଠିତ ହୋଇଯାଇଅଛି |

ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୁହାରୀ ମହତାବ (ସାଂସଦ / ଲୋକସଭା / କଟକ), ଶ୍ରୀ ରାମ ମୋହନ ନାଇଡୁ କିଞ୍ଜରପ୍ପୁ (ସାଂସଦ / ଲୋକସଭା / ଶ୍ରୀକାକୁଲମ), ଶ୍ରୀ ସୁଜିତ କୁମାର, (ସାଂସଦ / ରାଜ୍ୟ ସଭା)ଙ୍କ ସହିତ ବିଭିନ୍ନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ରତିନିଧୀ, ପିଏସୟୁ, ପାସେଞ୍ଜର ଆସୋସିଏସନ୍, ଗ୍ରାହକ (କଞ୍ଜୁମର) ଆସୋସିଏସନ୍ ଏବଂ ଅନ୍ୟାନ୍ୟ ରେଳବ୍ୟବହାରକାରୀ ସଂସ୍ଥାର ପ୍ରତିନିଧୀମାନେ ଏହି ବୈଠକ ରେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ |

ଯାତ୍ରୀ ପରିଷେବା ସହିତ ଅନ୍ୟାନ ସୁବିଧା ଏବଂ ସେବା, ଜନସାଧାରଣଙ୍କ ଦାବି ଏବଂ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକଳାପ, ନୂତନ ଟ୍ରେନ ପ୍ରଚଳନ, ଟ୍ରେନ ମାନଙ୍କ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା, ଟ୍ରେନର ସମ୍ପ୍ରସାରଣ ଇତ୍ୟାଦି ବିଷୟବସ୍ତୁ ଏହି ବୈଠକରେ ଆଲୋଚନା କରାଯାଇଥିଲା |

ଏହି ବୈଠକରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ସମେତ ପୂର୍ବ ତଟ ରେଳପଥର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ | ଜୋନାଲ ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟି (ZRUCC) ର ସଚିବ ତଥା ପୂର୍ବ ତଟ ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ଅଶୋକ କୁମାର ମିଶ୍ର ଏହି ବୈଠକକୁ ସଂଯୋଜନା କରିଥିଲେ |

Leave A Comment

All fields marked with an asterisk (*) are required