Search for:
  • Home/
  • ରାଜ୍ୟ/
  • ରାଜଧାନୀ କବଜା ରେ ପ୍ରି-ଆକ୍ଟିଭ୍‌‌ ସିମ୍‌‌

ରାଜଧାନୀ କବଜା ରେ ପ୍ରି-ଆକ୍ଟିଭ୍‌‌ ସିମ୍‌‌

Spread the love

Loading

ଭୁବନେଶ୍ୱର: ୦୨.୦୭ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପାଇଁ ଏବେ ଅପରାଧ ବଢୁଛି। ବିଶେଷକରି ପ୍ରି-ଆକ୍ଟିଭ୍‌‌ ସିମ୍‌‌କୁ ସାଇବର ଠକ ଏବଂ ଆତଙ୍କବାଦୀମାନେ ବ୍ୟବହାର କରୁଛନ୍ତି। ଏହି ସିମ୍‌‌କୁ ବ୍ୟବହାର କରି ଲୋକଙ୍କୁ ଠକିବା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍‌‌ କରିବା ଭଳି ଅପରାଧ କରୁଛନ୍ତି। ଯାହାକି ଏବେ ସାଇବର ପୁଲିସ, କ୍ରାଇମ୍‌‌ବ୍ରାଞ୍ଚ ପାଇଁ ଚାଲେଞ୍ଜ ପାଲଟିଛି। ସିମ୍‌‌ ଜଣଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଏହାକୁ ଅନ୍ୟ ଜଣେ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ ପୁଲିସ ତଦନ୍ତ କଲେ ମଧ୍ୟ ସିମ୍‌‌ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା କଷ୍ଟସାଧ୍ୟ ହୋଇପଡୁଛି। ପ୍ରି-ଆକ୍ଟିଭ୍‌‌ ସିମ୍‌‌ ବ୍ୟବହାର କରି ସମସ୍ତ ପ୍ରକାର ଅନ୍‌‌ଲାଇନ୍‌‌ ଠକେଇ କରାଯାଉଛି। ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ରାକେଟ୍‌‌ ପଛରେ ଅଧିକାଂଶ ଟେଲିକମ୍‌‌ କମ୍ପାନୀର ଏଜେଣ୍ଟମାନେ ସାମିଲ ଥିବା ଜଣାପଡ଼ିଛି। ସେମାନେ ରାଜ୍ୟ ବାହାରର ସାଇବର ଠକ ଏବଂ ଆତଙ୍କବାଦୀ ଏଜେଣ୍ଟ, ପାକିସ୍ତାନ ଆଇଏସ୍‌‌ଆଇ ଏଜେଣ୍ଟକୁ ବିକ୍ରି କରୁଛନ୍ତି। ଏଥି ପାଇଁ ସେମାନଙ୍କ ଆକାଉଣ୍ଟକୁ ପ୍ରତିଦିନ ୧୦ରୁ ୨୦ ହଜାର ଟଙ୍କା ଆସୁଛି। ପ୍ରି-ଆକ୍ଟିଭ୍‌‌ ସିମ୍‌‌ ପାଇଁ ଅନ୍‌‌ଲାଇନ୍‌‌ ଗେମ୍‌‌ ଠକେଇ, ବିଭିନ୍ନ ଅନ୍‌‌ଲାଇନ୍‌‌ ଅଫର୍‌‌, କ୍ରେଡିଟ୍‌‌ କାର୍ଡ ଆଦି ବିଭିନ୍ନ ଠକେଇ କରି ହେଉଛି। ବିଶେଷକରି ଟେଲିକମ୍‌‌ କମ୍ପାନୀର ଏଜେଣ୍ଟମାନେ ସୋସିଆଲ ମିଡିଆରେ କରିଥିବା ଗ୍ରୁପ୍‌‌ରେ ଏହି ପ୍ରି-ଆକ୍ଟିଭ୍‌‌ ସିମ୍‌‌ ଏବଂ ଓଟିପି ବିକ୍ରି କରିଥାନ୍ତି। ଏସ୍‌‌ଟିଏଫ୍‌‌ ନୟାଗଡ଼ରୁ ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ, ସୌମ୍ୟ ପଟ୍ଟନାୟଙ୍କୁ ଗିରଫ କରିବା ପରେ ରାକେଟ ପଦାକୁ ଆସିଥିଲା। ସେମାନେ ପାକିସ୍ତାନ ଏଜେଣ୍ଟ, ଆଇଏସ୍‌‌ଆଇ ଏଜେଣ୍ଟମାନଙ୍କୁ ଓଟିପି ବିକ୍ରି କରୁଥିବା ଜଣାପଡ଼ିଛି।୨ହଜାର ଟଙ୍କାରେ ଓ ଓଟିପିକୁ ଅଢ଼େଇ ହଜାର ଟଙ୍କାରେ ବିକ୍ରି କରିଥାଆନ୍ତି। ଏହାକୁ ବ୍ୟବହାର କରି ଅନ୍‌‌ଲାଇନ୍‌‌ ଠକେଇ କରାଯାଇଥାଏ। ଆତଙ୍କବାଦୀମାନେ ଏହି ସିମ୍‌‌ ବ୍ୟବହାର କରି ଭାରତରୁ ବିଭିନ୍ନ ତଥ୍ୟ ମଧ୍ୟ ପାକିସ୍ତାନକୁ ପଠାଇଥାନ୍ତି। ଯେଉଁଥି ପାଇଁ ଦେଶରେ ବିସ୍ଫୋରଣ ଏବଂ ଅନ୍ୟ ଅଘଟଣ ଘଟାଇବା ପାଇଁ ଯୋଜନା କରିଥାନ୍ତି। ଆହୁରି ମଧ୍ୟ ଏହି ସିମ୍‌‌ ମାଧ୍ୟମରେ ସେମାନେ ଦେଶ ବିରୋଧୀ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ନ୍ତି।

ସ୍ଥାଣୁ ସିମ୍‌‌ ଉପରେ ରହୁନି ନଜର
କେବଳ ଆଧାର ସହ ଲିଙ୍କ୍‌‌ ନମ୍ୱରରେ କଲ୍‌‌ କରିବେ ଟେଲି ଭେରିଫିକେସନ। ନିୟମିତ ରିଚାର୍ଜ ହୋଇ ସ୍ଥାଣୁ ଥିବା ସିମ୍‌‌ ପ୍ରତି ନଜର ରଖିବେ ଟିଏସ୍‌‌ପି। କିନ୍ତୁ ନିୟମିତ ରିଚାର୍ଜ ହେଉ ନ ଥିବା ସିମ୍‌‌ ଉପରେ ରହୁନି ନଜର। ଯେଉଁଥି ପାଇଁ ସାଇବର ଠକ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ ବ୍ୟବହାର କରୁଛନ୍ତି। ଗୋଟିଏ ଗୋଟିଏ ମୋବାଇଲ୍‌‌ରେ ସେମାନେ ୪ହଜାର ସିମ୍‌‌ ବ୍ୟବହାର କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ମିଳିଛି।
ଏସପିଙ୍କ ସୂଚନା ମୁତାବକ, ମୃତକ ସୋମନାଥ ଭୁଜବଳ ଓରଫ ପାକୁ ର ବ୍ରାଉନ୍ସଗର ମାଫିଆ ସଞ୍ଜୟ ପ୍ରଧାନ ସଞ୍ଜୁ ଏବଂ ତାଙ୍କ ସହଯୋଗୀଙ୍କ ସହ ଶତ୍ରୁତା କରିଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଗୁଳିକାଣ୍ଡ ପୂର୍ବରୁ ସଞ୍ଜୁ ତାର ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ ଏବଂ ପୁରୀ ଅଂଚଳର ସହଯୋଗୀମାନଙ୍କ ସହ ପାକୁ କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା । ଏନେଇ ଏକ ଯୋଜନା ହୋଇଥିବାବେଳେ ଏଥିରେ ଏକ ଚୋରା ବ୍ୟବହାର ନିମନ୍ତେ ଏକ ଚୋରି ହୋଇଥିବା ଗାଡିର ବ୍ୟବସ୍ଥା କରିବାକୁ ଜଣେ ଅଭିଯୁକ୍ତଙ୍କୁ ସଞ୍ଜୁ ନିଦେ୍ର୍ଦଶ ଦେଇଥିଲା ।

ଏମିତିକି ଗତ ମାସ ୫ ତାରିଖରେ ଜିରାଙ୍ଗରେ ଏକ ସ୍କ୍ରୋପିଓ ଗାଡି ଭିତରେ ଏବଂ ପରେ ରାମାଚଣ୍ଡିର ଏକ ଫାର୍ମ ହାଉସରେ ପୁର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହାର ଦୁଇଦିନ ପରେ ଅର୍ଥାତ୍ ୭ତାରିଖ ଅପରାହ୍ନରେ ସେମାନେ ଫାର୍ମ ହାଉସରେ ଏକତ୍ରିତ ହୋଇଥିଲେ । ଯୋଜନା ଅନୁଯାୟୀ ପାକୁକୁ ହତ୍ୟା କରିବା ଲାଗି ଚୋରି ହୋଇଥିବା ବୋଲେରୋ ଏବଂ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ରେ ରାତି ପ୍ରାୟ ସାଢେ ୯ଟା ସମୟରେ ଠେଙ୍ଗାହାଟ ଛକଠାରେ ଅଭିଯୁକ୍ତ କାହ୍ନା ଏବଂ ଚାରିଜଣଙ୍କ ସହ ସଞ୍ଜୁ ବେଆଇନ ବନ୍ଧୁକରେ ଅତର୍କିତଭାବ ୮ରାଉଣ୍ଡ ଫାଇରିଙ୍ଗ କରିଥିଲେ ।

ଗୁଳିମାଡରେ ଆହତ ପାକୁ ନିଜକୁ ବଂଚାଇବା ଲାଗି ଜଣକ ଘରକୁ ପଶି ଯାଇଥିଲା । ସେଠାରୁ ପ୍ରଥମେ ଖୋର୍ଦ୍ଧା ଓ ପରେ ତାକୁ ଭୁବନେଶ୍ୱର ର ଏକ ମେଡିକାଲରେ ଭର୍ତି କରାଯାଇଥିଲା । ଗତ ୯ତାରିଖରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ବୋଲି ଏସପି କହିଛନ୍ତି । ତେବେ ହତ୍ୟାରେ ବ୍ୟବହୃତ ବୋଲେରୋ, ପିକଅପ ଭ୍ୟାନ ଏବଂ ସ୍କର୍ପିଓ ଗାଡି ସମେତ ଦୁଇଟି ଖଣ୍ଡା ପୁଲିସ ଜବତ କରିଛି । ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସଞ୍ଜୁ ସମେତ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଦିଲିପ କୁମାର ଦାସ, ଆଦର୍ଶଥାନା ଅଧିକାରୀ ତାରିକ ଅହମ୍ମଦ, ଅତିରିକ୍ତ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।

Leave A Comment

All fields marked with an asterisk (*) are required