Search for:

ଗଣତନ୍ତ୍ରର ବିଜୟ ହୋଇଛି : ଶରତ

Spread the love

Loading

ଗଣତନ୍ତ୍ରର ବିଜୟ ହୋଇଛି : ଶରତ

ଭୁବନେଶ୍ୱର, ତା. ୦୪/୦୮: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ମାନ୍ୟବର ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ମାନହାନୀ ମକଦ୍ଦମାର ଦଣ୍ଡାଦେଶ ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ରହିତାଦେଶ ଦେଇଛନ୍ତି, ଯାହାଫଳରେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ କାଏମ୍ ରହିବା ସହ ସେ ପୁଣି ନିର୍ବାଚନ ଲଢ଼ିପାରିବେ । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦ୍ୱାରା ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କର ଶାଣିତ ସ୍ୱରକୁ ଚପାଇ ଦେବା ପାଇଁ ଯେଉଁ ଚକ୍ରାନ୍ତ ହୋଇଥିଲା ତାହାର ଅବସାନ ହୋଇଛି । ରାହୁଲ ଗାନ୍ଧୀ ସାଧାରଣ ଜନତାର ଦାବିକୁ ଉପସ୍ଥାପନ କରୁଛନ୍ତି, ସରକାରର ଭ୍ରଷ୍ଟାଚାର, ଦୁର୍ନୀତି ଓ ଜନବିରୋଧି ନୀତିକୁ ଦୃଢ଼ ସ୍ୱରରେ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରୁଛନ୍ତି, ଯାହା ମୋଦୀ ସରକାରଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି ।ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କର ଏହି ନିଷ୍ପତି ସାରା ଦେଶର କଂଗ୍ରେସ କର୍ମୀ କେବଳ ଉତ୍ସାହିତ ହୋଇନାହାନ୍ତି ବରଂ କ୍ଷମତାସୀନ ଏନ୍‌.ଡ଼ି.ଏ ସରକାର ବିରୁଦ୍ଧରେ ସ୍ୱର ଉତୋଳନ କରିଆସୁଥିବା ବିଭିନ୍ନ ବିରୋଧିଦଳ, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବି, ଛାତ୍ର ଓ ଯୁବ ସମାଜକୁ ଆନନ୍ଦିତ କରିଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇଥିଲା, ତାଙ୍କୁ ତାଙ୍କ ସରକାରୀ ବାସଭବନରୁ ବହିଷ୍କୃତ କରାଯାଇଥିଲା, ଏବଂ ତାଙ୍କୁ ଜେଲ୍ ଭିତରେ ରଖିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା । ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ମାନ୍ୟବର ରାହୁଲଗାନ୍ଧୀଙ୍କର ତଥା ଏ ଦେଶର କୋଟି କୋଟି ଜନତାଙ୍କର ନୈତିକ ବିଜୟ ହୋଇଛି । ରାହୁଲ ଗାନ୍ଧୀଙ୍କର ଐତିହାସିକ ଓ ପ୍ରେରଣା ଦାୟୀ ‘ଡରୋ ମତ୍‌’ ସ୍ଲୋଗାନ ଆଜି ସମସ୍ତଙ୍କ କର୍ଣ୍ଣରେ ଗୁଞ୍ଜରିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ
କହିଛନ୍ତି ।

Leave A Comment

All fields marked with an asterisk (*) are required