Search for:
  • Home/
  • ରାଜ୍ୟ/
  • ରାଜ୍ୟ କଂଗ୍ରେସ ମଦବ୍ୟବସାୟୀଙ୍କ କଳାଟଙ୍କା ପାହାଡ଼ରୁ ପର୍ଦ୍ଦା ହଟାଇବା ପାଇଁ ଜୁଡିସିଆଲ ତଦନ୍ତ ଦାବି।

ରାଜ୍ୟ କଂଗ୍ରେସ ମଦବ୍ୟବସାୟୀଙ୍କ କଳାଟଙ୍କା ପାହାଡ଼ରୁ ପର୍ଦ୍ଦା ହଟାଇବା ପାଇଁ ଜୁଡିସିଆଲ ତଦନ୍ତ ଦାବି।

Spread the love

Loading

ମଦବ୍ୟବସାୟୀଙ୍କ ଘରୁ, ଅଫିସ ତଥା କର୍ମଚାରୀଙ୍କ ଘରୁ ଜବଦ ହୋଇଥିବା ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରି ଜୁଡିସିଆଲ ଗଠନ କରନ୍ତୁ ।

ରାଜ୍ୟ କଂଗ୍ରେସ ମଦବ୍ୟବସାୟୀଙ୍କ କଳାଟଙ୍କା ପାହାଡ଼ରୁ ପର୍ଦ୍ଦା ହଟାଇବା ପାଇଁ ଜୁଡିସିଆଲ ତଦନ୍ତ ଦାବି କଲା ।

ଭୁବନେଶ୍ୱର ତା. ୯.୧୨ – ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆୟକର ବିଭାଗ ଦ୍ୱାରା ସୁନ୍ଦରଗଡ଼, ଖୋର୍ଦ୍ଧା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର ଇତ୍ୟାଦି ଜିଲ୍ଲାରେ ମଦ ବ୍ୟବସାୟୀଙ୍କ ଅଫିସ, କାରଖାନା, କର୍ମଚାରୀ ମାନଙ୍କ ଘର ଏବଂ ସେମାନଙ୍କ ବିଭିନ୍ନ ଠିକଣାରେ ଏକାଥରକେ ଚଢ଼ାଉ କରି ୩୦୦ କୋଟି ଟଙ୍କାରୁ ଅଧିକ ଜବତ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଦୀର୍ଘ ଚାରିଦିନ ପରେ ମଧ୍ୟ ଗଣତି ଏବଂ ଚଢ଼ାଉ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ । ଆୟକର ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ତରରେ ପ୍ରକୃତର କେତେ କୋଟି ଟଙ୍କା ଜବତ କରାଯାଇଛି ଏବଂ କେଉଁ କେଉ ମଦବ୍ୟବସାୟୀଙ୍କ ପାଖରୁ କେତେ କୋଟି ଟଙ୍କା ଜବତ କରାଯାଇଛି ତାହାକୁ ପ୍ରକାଶ କରାଯାଇ ନାହିଁ । ଓଡ଼ିଶାର ମଦବ୍ୟବସାୟୀ ରାଜକିଶୋର ସାହୁ, ଦେବରାଜ ସାହୁ, ବଳଦେବ ସାହୁ ଆଣ୍ଡ ସନ୍ସ, କାମେଶ୍ୱର ତିୱାରୀ, ରାଜକିଶୋର ଜୟସୁଆଲ ଓ ଅନ୍ୟମାନଙ୍କ ମଦ କାରଖାନା ଉପରେ ଚଢ଼ାଉ ଜାରି ରହିଛି । ଏହି କଳାଟଙ୍କାର ପ୍ରକୃତ ଉତ୍ସ କଣ ଏବଂ କିଭଳି ଏତେଗୁଡ଼ିଏ କଳାଟଙ୍କା ଏହି ମଦବ୍ୟବସାୟୀମାନେ କାହିଁକି ଠୁଳ କରିଥିଲେ ଏହାର ସତ୍ୟାସତ୍ୟ ରାଜ୍ୟବାସୀଙ୍କୁ ଜଣାଯାଉ ବୋଲି ଦାବି କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଲେଯେ ଯଦି ପ୍ରକୃତରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ଆୟକର ବିଭାଗ ରାଜ୍ୟବାସୀଙ୍କୁ ଏହାର ସଂପୂର୍ଣ୍ଣ ତଥ୍ୟ ତଥା ଏ କଳାଟଙ୍କାର ଉତ୍ସକୁ ଖୋଲାସା କରିବାକୁ ଚାହୁଁଛନ୍ତି ତାହାଲେ ତୁରନ୍ତ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରନ୍ତୁ ଏବଂ ଜଣେ କାର୍ଯର୍୍ୟରତ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ । କିଭଳି ଏହି କେଇଟା ଦିନରେ ଶହ ଶହ କୋଟି ଟଙ୍କା ଏ ମଦବ୍ୟବସାୟୀମାନେ ନିଜ ଘରେ ଏବଂ ନିଜ କାର୍ଯ୍ୟାଳୟରେ ଠୁଳ କରିପାରିଲେ । ଏହାର କାଣିଚାଏ ଖବର ରାଜ୍ୟ ସରକାରଙ୍କର ଅବକାରୀ ବିଭାଗର ଅଧିକାରୀ, ପୋଲିସ କିମ୍ବା ଗୁଇନ୍ଦା ବିଭାଗ ଏପରିକି କେନ୍ଦ୍ର ସରକାରଙ୍କର ଆୟକର ବିଭାଗ, ରେଭିନିୟୁ ଇଂଟିଲିଜେନ୍ସ ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ କେହି କିଛି ଜାଣିପାରିଲେ ନାହିଁ । ଟ୍ରକ ଟ୍ରକ ଟଙ୍କା ବସ୍ତା କଣ କିଛି ଦିନ ଭିତରେ ସଂଗ୍ରହ କରାଯାଇଛିକି? ଯଦି ଏସବୁ ବିଭାଗଙ୍କ ପାଖରେ ଖୋଜ ଖବର ନାହିଁ ଏସବୁ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଏକ ବଡ଼ ପ୍ରଶ୍ନ ଆଜି ଉଙ୍କି ମାରୁଛି । ଉପରୋକ୍ତ ଘଟଣାରୁ ଏହା ବୁଝାପଡ଼ୁଛି ଯେ ବିଜୁ ଜନତା ଦଳ ସରକାର ମଦ ବ୍ୟବସାୟୀଙ୍କୁ ବହୁ ମାତ୍ରାରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ରାଜ୍ୟରେ ବହୁ ନିରିହ ଆଦିବାସୀମାନେ ଏହାର କୁପ୍ରଭାବ ଭୋଗୁଛନ୍ତି ସରକାର ରାଜ୍ୟର ପ୍ରଗତୀ ହେଉଛି ବୋଲି ବାଜା ବଜାଉଛନ୍ତି । ଏସବୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବୁଝାମଣା ଭିତିରେ ଏ କାରବାର ଚାଲିଛି । ସବୁଠାରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ରାଜିକିଶୋର ସାହୁଙ୍କର ଜଣେ କର୍ମଚାରୀର ଭଡ଼ାଘରୁ ୩୦ କୋଟି ଟଙ୍କା ଜବତ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ଏବଂ ପଡୋଶୀମାନଙ୍କ ତଥ୍ୟକୁ ଉଦ୍ଧାର କରି କୁହାଯାଇଛି ଯେ ୧୦ ଦିନ ପୂର୍ବରୁ ତାଙ୍କ ଘର ସାମନାରେ ଦୁଇଟି ଗାଡ଼ିରେ ପେଟିରେ କଣ ଆସିଥିଲା ଏବଂ ତାଙ୍କ ଘରେ ରଖାଯାଇଥିଲା । ଏବେ ସେମାନେ ଜାଣିବାକୁ ସେଗୁଡ଼ିକ ଟଙ୍କା । ତେଣୁ ଏ ଟଙ୍କା ଗୁଡ଼ିକ ମଦବ୍ୟବସାୟୀଙ୍କ ମାଧ୍ୟମରେ ନିର୍ବାଚନ ଚାଲିଥିବା ରାଜ୍ୟମାନଙ୍କୁ ପଠାଇବା ପାଇଁ କୌଣସି ରାଜନୈତିକ ଦଳ ରଖିଥିଲାକି? ଏହି ଘଟଣାଉପରେ ସାମାଜିକ ଗଣମାଧ୍ୟମ ଟୁଇଟର/ଏକ୍ସ ପ୍ରଧାନମନ୍ତ୍ରୀ ଏସବୁ ଲୁଟ ପଇସା ଫେରାଇବାକୁ ହେବ । ଏହା ମୋଦି ଗ୍ୟାରେଂଟି ବୋଲି ଲେଖିଛନ୍ତି । କିନ୍ତୁ ଶ୍ରୀ ମହାନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଦୁର୍ନୀତିକୁ ବିଲୋପ କରିବାପାଇଁ ଉଦ୍ୟମକୁ ପ୍ରଶଂସା କରିବା ସହିତ ମନେପକାଇ ଦେଇ କହିଛନ୍ତି ଯେ ୩୮ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭାରତୀୟ ବ୍ୟାଙ୍କ ମାନଙ୍କରୁ ୧୦ ଟ୍ରିିଲିୟନରୁ ଅଧିକ ଅର୍ଥ ଲୁଟ କରି ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଦେଶଛାଡ଼ି ଚାଲିଯାଇଛନ୍ତି । ପ୍ରମୁଖ ଲୁଟେରାମାନେ ବିଜୟ ମାଲ୍ୟା, ମେହେଲୁ ଚୋକ୍ସି, ନିରବ ମୋଦି, ନିଶାନ ମୋଦି, ମୟୁରବେନ ପଟେଲ, ବର୍ଷକାର୍ଲରା, ସଂଜୟ କାର୍ଲରା, ରିତେଶ ଜେନ, ଜତୀନ ମେହେଟା, ଚେତନ ଜୟନ୍ତୀଲାଲ, ସଂଜୟ ଭଣ୍ଡାରୀ ଓ ଅନ୍ୟମାନେ ଯେଉଁମାନେକି ପ୍ରଧାନମନ୍ତ୍ରୀଙ୍କର ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଅଟନ୍ତି । ଆଜି ପର୍ଯ୍ୟନ୍ତ ଏହିସବୁ ଦେଶରୁ ପଳାୟନ କାରି ଲୁଟେରାଙ୍କ ପାଖରୁ ଲୁଟ ଟଙ୍କାରୁ କେତେ ଟଙ୍କା ଆଦାୟ କରାଗଲା ଏବଂ ତାଙ୍କର ସମ୍ପତି ବାଜ୍ୟାପ୍ତକରି କେତେଟଙ୍କା ରାଜକୋଷକୁ ଆସିଲା ତାର ଆଜିପର୍ଯ୍ୟନ୍ତ ହିସାବ ଦେଶବାସୀଙ୍କ ପାଖରେ ରଖିଲେ ନାହିଁ । ଦୟାକରି ଏହାର ତଥ୍ୟ ବିଳମ୍ବ ହେଲେ ମଧ୍ୟ ଦେଶବାସୀଙ୍କ ସମ୍ମୁଖରେ ରଖାଯାଉ । ଏସବୁ କଳାଟଙ୍କାର ପାହାଡ଼ ଆଗରୁ କେବେ ଦେଖାଯାଉନଥିଲା । ଭାରତବର୍ଷରେ ଏକ ଦୁର୍ନୀତିମୁକ୍ତ ସରକାର ଓ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଏବଂ ଦୁର୍ନୀତି ବିରୁଦ୍ଧରେ ଲଢ଼ୁଥିବା କଥା କହୁଥିବା ଏକ ସରକାର ସମୟରେ ୩୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ଠାବ ହେବା ଏହା କେଉଁ ଦିଗକୁ ସୂଚାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଉଭୟ ଦଳର ନେତୃବୃନ୍ଦ ମଦ ବ୍ୟବସାୟୀଙ୍କ ସଂଗଠନରେ ଲାଭାର୍ଥୀ ଥିଲେ । ସଂପୂର୍ଣ୍ଣ ବିଚାରବିଭାଗୀୟ ତଦନ୍ତ କରାଗଲେ ଏହାର ସଂପୂର୍ଣ୍ଣ ତଥ୍ୟ ଜନସାଧାରଣ ପାଇବେ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required