Search for:
  • Home/
  • ରାଜ୍ୟ/
  • ଓଡିଆ ଚଳଚ୍ଚିତ୍ର ପ୍ରଥା କାଲି ହାଉସ୍ ଫୁଲ୍ ଆଜି ପ୍ରେକ୍ଷାଳୟରୁ Withdraw

ଓଡିଆ ଚଳଚ୍ଚିତ୍ର ପ୍ରଥା କାଲି ହାଉସ୍ ଫୁଲ୍ ଆଜି ପ୍ରେକ୍ଷାଳୟରୁ Withdraw

Spread the love

Loading

ଓଡିଆ ଚଳଚ୍ଚିତ୍ର ପ୍ରଥା କାଲି ହାଉସ୍ ଫୁଲ୍ ଆଜି ପ୍ରେକ୍ଷାଳୟରୁ Withdraw

ଭୁବନେଶ୍ୱର:ବହୁ ପ୍ରତିକ୍ଷିତ ଝାରସୁଗୁଡା ଝିଅ ଓ ସମ୍ବଲପୁର ବୋହୂ ସନଲିସା ପଟେଲ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର “ପ୍ରଥା” ସାରା ଓଡିଶାରେ ୩୮ ଟି ହଲ୍ ରେ ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡା ଠାରେ ଏକ ଅଭାବନୀୟ ଘଟଣା ଘଟିଛି।
ହଠାତ୍ କିଛି ବାଇକ୍ ରେ ଲୋକମାନେ ମ୍ୟାଟିନ୍ ସୋ ରେ ୧୫୦ରୁ ଉର୍ଦ୍ଧ ଦର୍ଶକ ଦେଖୁଥିବା ବେଳେ ଗଣ୍ଡଗୋଳ କରି ପୋଷ୍ଟର ବ୍ୟାନର ଚିରି ସୋ ବନ୍ଦ ପାଇଁ ଧମକ ଦେବା ସହ ଓଡିଆ ଚଳଚ୍ଚିତ୍ର ମୃଦାବାଦ କହି ଚାଲିଯାଇଥିଲେ।
କିଛି ଲୋକ ମାଇଁଣ୍ଡଗେମ୍ ଲଗାଇବାକୁ ବି ବାଧ୍ୟ କରିଥିଲେ।
ଏଥିରୁ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟ ଓ ଚକ୍ରାନ୍ତ ଥିବା ପ୍ରଯୋଜିକା ସନ୍ଦେହ କରିଛନ୍ତି।
ସୂଚନା ଯୋଗ୍ୟ ସମାନ ହଲ୍ ରେ ପ୍ରଥା ବଦଳରେ ମାଇଁଣ୍ଡଗେମ୍ ଲାଗିଥିବା ବୁକ୍ ମାଇ ସୋ ରେ ବର୍ତ୍ତମାନ ଦେଖାଯାଉଛି।
ଏହି ଚଳଚ୍ଚିତ୍ର ସାରା ଓଡିଶାରେ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିଲା ଓ ଦର୍ଶକାଦୃତ ମଧ୍ୟ ହୋଇଛି।
ଝାରସୁଗୁଡାବାସୀ ସହ ପଶ୍ଚିମ ଓଡିଶା କିଛି ଲୋକଙ୍କ ବିବାଦରେ ସେହି ଅଞ୍ଜଳର ପ୍ରଯୋଜିକା ଓ କୋରାପୁଟ ଭାଷାରେ ନିର୍ମିତ ପ୍ରଥା ଚଳଚ୍ଚିତ୍ର ଦେଖିବାକୁ କଣ ପାଇଁ ବଞ୍ଚିତ ହେବେ ଏଥିରେ ସରକାର ହସ୍ତକ୍ଷେପ ପାଇଁ ପ୍ରଯୋଜିକା ନିବେଦନ କରିଛନ୍ତି।
ଯଦି ଜଣେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଫିଲ୍ମ ନିର୍ମାଣ କରେ ଓ ଏଭଳି ସମସ୍ୟାରେ ପଡେ ସେ ପ୍ରଯୋଜକ ଆଗକୁ କେବେ ଚଳଚ୍ଚିତ୍ର ପାଇଁ ସାହସ କରିବନି ବୋଲି ପ୍ରଯୋଜିକା ସନଲିସା ପଟେଲ୍ କହିଛନ୍ତି।ସନଲିସା ପଟେଲ୍ ଆଜି ସାମ୍ବାଦିକ ସମ୍ବିଳନୀ ରେ ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସରକାର କିଛି ପଦକ୍ଷେପ ନେଇ ନାହାଁନ୍ତି ଓ ଓଲିଉଡ୍ ରେ ଶାନ୍ତି ନ ଫେରିଛି ସେ ପର୍ଯନ୍ତ ମୋ ଚଳଚ୍ଚିତ୍ର ପ୍ରଥା କୁ ହଲ୍ ରୁ Withdraw କରି ରଖିଲି।
ସରକାରଙ୍କୁ ଅନୁରୋଧ କରୁଛି ଓଲିଉଡ୍ ସମସ୍ୟାକୁ ନଜର ରଖି ଏହାକୁ ସମାଧାନ ପାଇଁ ଦୃଢ ପଦକ୍ଷେପ ନେବାକୁ ପ୍ରଥା ର ପ୍ରଯୋଜିକା ଅନୁରୋଧ କରିଛନ୍ତି।
କାଲି ହାଉସ୍ ଫୁଲ୍‌ ଆଜି Withdraw ହେଲା ଏହା ଓଲିଉଡ୍ ଇତିହାସ ରେ ବିରଳ ଘଟଣା ।

Leave A Comment

All fields marked with an asterisk (*) are required