ତାତିଲେ କର୍ମୀ, ଭୁବନେଶ୍ୱରରେ ବିଧାନସଭା ଘେରାଉ :ବିଜେପି

ମୋହନ ମାଝୀଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣା ରେ ଦୋଷୀଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

 ତାତିଲେ କର୍ମୀ, ଭୁବନେଶ୍ୱରରେ ବିଧାନସଭା ଘେରାଉ ବିଜେପିର

ଭୁବନେଶ୍ୱର ,ତା-୧୧/୧୦; ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ରେ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଜେପି ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁସିଂ ଙ୍କ ନେତୃତ୍ୱରେ। ସହ ସହ ବିଜେପି କାର୍ଯ୍ୟକର୍ତା ଭୁବନେଶ୍ୱର ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ।ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ସର୍ବସାଧାରଣ ଜାଗାରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏବଂ କେଉଁ ଅବସ୍ଥାରେ ଅଛି, ଏହି ଘଟଣାରୁ ଅନୁମେୟ ହେଉଛି ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁସିଂ କହିଥିଲେ।ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟ୍ଟୁ ସମାଲୋଚନା ହେବାକୁ ପଡେ । ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ ।ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଅଗାମୀ ଦିନରେ ବିଜେପି ତାର ଦୃଢ଼ ପ୍ରତିବାଦ କରିବ ବୋଲି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି।ଗତକାଲି ମଧ୍ୟାହ୍ନରେ କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ଉପରକୁ ହୋଇଥିବା ବୋମା ମାଡ଼ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା । ଏ ନେଇ ଟାଉନ ଥାନାରେ ସେ ଏକ ଅଭିଯୋଗ କରିଛନ୍ତି ମଧ୍ୟ। ଗତ କାଲି ଦିନ ୧୧ଟା ବେଳେ ସେ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି ଅଫିସଠାରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ବୈଠକସାରି ଫେରୁଥିବାବେଳେ ୧୧ଟା ୫୫ ମିନିଟ ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି କାର ଉପରକୁ ଦୁଇଟି ବୋମା ଫିଙ୍ଗିବା ସହ ପିସ୍ତଲ ଦେଖାଇଥିଲେ । ତେବେ ବିଧାୟକଙ୍କ ସୁରକ୍ଷା କର୍ମୀ ନିଜ ବନ୍ଧୁକ ସହ ସେମାନଙ୍କୁ ଗୋଡ଼ାଇବା ପରେ ସେମାନେ ପଳାଇଯାଇଥିଲେ । ଏହି ଘଟଣାରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ହାତ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରୀ ମାଝି। ତେବେ ଏହି ଆକ୍ରମଣ ତାଙ୍କୁ ହତ୍ୟା କରିବା ପାଇଁ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ବିରୋଧ ପାଇଁ ଆକ୍ରମଣ ଘଟଣା କେନ୍ଦୁଝରରେ ଆଗରୁ ହେଉ ନଥିଲା । କିନ୍ତୁ ଏବେ ଲୋକଙ୍କ ପାଇଁ କେନ୍ଦୁଝର ଆଉ ସୁରକ୍ଷିତ ନାହିଁ ବୋଲି ସେ ସିଧାସଳଖ ଅଭିଯୋଗ କରିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ସରକାରଙ୍କର।ସରକାର 5ଟି ର ନାରା ଦେଉଥିଲେ ମଧ୍ୟ ତାର କାର୍ଯ୍ୟ ସମ୍ପୂର୍ଣ୍ଣ ସୁନ ଦେଖିବାକୁ ମିଳିଛି ଓଡ଼ିଶାରେ।ଯଦି ଜଣେ ଜନ ପ୍ରତିନିଧି ଙ୍କ ଅବସ୍ଥା ଏହିପରି ତେବେ ସାଧାରଣ ଜନସାଧାରଣ ଙ୍କ ପରିସ୍ଥିତି ନକହିବା ଭଲ।ଯଦି ଦୋଷୀ କୁ ତୁରନ୍ତ ଗିରଫ ନକରାଯାଏ ତେବେ ଭାରତୀୟ ଜନତା ପାର୍ଟି ଏହି ଆନ୍ଦୋଳନ କୁ ଆହୁରି ଦୃଢ଼ୀଭୂତ କରିବ।
ଆଜିର ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ,ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ,ଶିବ ବେହେରା, ତୃପ୍ତିମଇ ମକଦ୍ଦମ,ଜିଲ୍ଲା ସମ୍ପାଦକ,ଉର୍ଣ୍ଣତି ପରିଡ଼ା,ତାପସ ଦଳାଇ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ,ଅଞ୍ଜନ ନାଥ, ଅମରଜ୍ଵଟି ଜଗଦ୍ଦେବ,ଅରୁଣ ପୁରହିତ, ଜିତେନ୍ଦ୍ର ମହାନ୍ତି, ବିଜୟ ରାଉତ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ,ଜିଲ୍ଲା କାର୍ଯ୍ୟକର୍ତା ମନରଞ୍ଜନ ସ୍ୱାଇଁ, ପ୍ରଶାନ୍ତ କୁମାର ମହାନ୍ତି,ଅଶୋକ ସେଠୀ, ସୁଶାନ୍ତ ସାବତ,ବନ୍ଦନା କାନୁନଗୋ, ସବିତା ପଟ୍ଟନାୟକ,ଲିପ୍ସା ଦାସ, ପ୍ରତୀକ୍ଷା ମହାପାତ୍ର,ଗୀତାଞ୍ଜଳି ଦାସ, ଜ୍ଵତିରେଖା ନାୟକ, ବବିତା ଜେନା, ସୁପ୍ରିୟା ଶତପଥୀ, ଆରତୀ ମଙ୍ଗରାଜ ପ୍ରମୁଖ ଯୋଗଦେଇ ଥିଲେ

Leave a Reply

Your email address will not be published. Required fields are marked *