Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍।ଦେଲେ ବିଜୁ ଶ୍ରମିକ ସାମୁଖ୍ୟ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍।ଦେଲେ ବିଜୁ ଶ୍ରମିକ ସାମୁଖ୍ୟ

Spread the love

Loading

ସର୍ବନିମ୍ନ ମଜୁରି ବୃଦ୍ଧି କରିଥିବାରୁ ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍।
ରାଜ୍ୟ ସରକାର ରାଜ୍ୟର ପ୍ରାୟ ଡେଢ କୋଟିରୁ ଉର୍ଦ୍ଧ୍ବ ଶ୍ରମିକ ମାନଙ୍କର ମଜୁରି ସର୍ବନିମ୍ନ ଦୈନିକ ୯୮ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟସରକାରଙ୍କୁ ଅଭିନନ୍ଦନ ଜଣାଇ ଏକ ସାମ୍ବାଦିକ ସମ୍ମିଳନୀ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ନବ କିଶୋର ମହାନ୍ତି, ବିକ୍ରମ ନାୟକ, ସାମୁଖ୍ୟର ସଚିବ ଶ୍ରୀ ରାଜୀବ ମହାନ୍ତି ଉପସ୍ଥିତ ରହିଥିଲେ।
ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଏକ ୬ ଜଣ ବିଶିଷ୍ଟ ପ୍ରତିନୀଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ସର୍ବନିମ୍ନ ମଜୁରି ମାସିକ ତିନି ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଦାବୀକରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ସ୍ମାରକପତ୍ର ପାଇଲାପରେ ତୁରନ୍ତ ରାଜ୍ୟ ସର୍ବନିମ୍ନ ମଜୁରି ଆଡଭାଇଜରୀ ବୋର୍ଡ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। ଆଡଭାଇଜରୀ ବୋର୍ଡ ର ପରାମର୍ଶ ଓ ପ୍ରସ୍ତାବ ଅନୁସାରେ ଅଣ କୁଶଳୀ ଶ୍ରମିକଙ୍କୁ ୪୦୦ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ ୪୫୦ ଟଙ୍କା, କୁଶଳୀ ଶ୍ରମିକଙ୍କୁ ୫୦୦ ଟଙ୍କା, ଉଚ୍ଚ କୁଶଳୀ ଶ୍ରମିକଙ୍କୁ ୫୫୦ଟଙ୍କା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପ୍ରସ୍ତାବକୁ ଶଂସୋଧନ କରି ଅଧିକ ବୃଦ୍ଧି କରିବା ପାଇଁ ବିଜୁ ଶ୍ରମିକ ସାମୁଖ୍ୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଯଥାକ୍ରମେ ୪୬୬, ୫୨୨,୫୯୨, ୬୭୬ କରିବାପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ। ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଠା ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଜରୀଆରେ ପୁଣି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା। ରାଜ୍ୟସରକାର ଏହାକୁ ସହୃଦୟତାର ସହ ବିଚାରକରି ମାସିକ ପ୍ରାୟ ତିନି ହଜାର ଟଙ୍କା ମଜୁରି ଏବଂ ବର୍ଷିକ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏଥିପାଇଁ ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ରାଜ୍ୟର ଶ୍ରମିକ ଶ୍ରେଣୀର ଏକ ବଡ ବିଜୟ ହୋଇଛି ବୋଲି ମହାସଚିବ ଘୋଷଣା କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡ୍ୟାନ ଓ ସାମୁଖ୍ୟର ମୁଖ୍ୟ ଉପଦେଷ୍ଠା ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।

Leave A Comment

All fields marked with an asterisk (*) are required