Search for:
  • Home/
  • ରାଜ୍ୟ/
  • ଦୌଡିଲା ସାରା ଓଡିଶା ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଅବସରରେ ସଚେତନତାର ବାର୍ତ୍ତା

ଦୌଡିଲା ସାରା ଓଡିଶା ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଅବସରରେ ସଚେତନତାର ବାର୍ତ୍ତା

Spread the love

Loading

ଦୈନିକ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡିଶା
ଭୁବନେଶ୍ବର: ଆଜି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବର କାଗଜ ‘ସକାଳ’ର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଛି ମିନି ମାରାଥନ୍ । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରେଟି ଯୋଗଦେଇଛନ୍ତି । ସତ୍ୟ, ସେବା ଓ ସାମର୍ଥ୍ୟର ତିନି ବର୍ଷ ଅବସରରେ ଏକା ସାଙ୍ଗରେ ଦୌଡିଛି ରାଜ୍ୟର ୯ ଟି ସହର ।ରାଜଧାନୀ ଭୁବନେଶ୍ୱରରେ ଶିଶୁଭବନ ଛକଠାରୁ ଏକାମ୍ର ହାଟ ପର୍ଯ୍ୟନ୍ତ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା । ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏହି ମିନି ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା । ପାଦରେ ପାଦ ମିଶାଇ ଧାଇଁଲା ସାରା ଓଡ଼ିଶା । ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହୋଇଥିଲା । ପ୍ରତିଯୋଗୀମାନେ ସକାଳ ୫ରୁ ବହୁଳ ମାତ୍ରାରେ ପଞ୍ଜିକରଣ କରି ମାରାଥନରେ ଭାଗ ନେଇଥିଲେ । ବହୁ ଘାତ-ପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇ ସକାଳ ତା’ର ଚଲାପଥରେ ଆଗେଇ ଚାଲିଛି। ଦୈନିକ ଓଡ଼ିଆ ଖବରକାଗଜ ଭାବେ ସକାଳ ବର୍ତ୍ତମାନ ରାଜ୍ୟର ଗରିବ ଲୋକଙ୍କ ସାଥୀ ପାଲଟି ପାରିଛି। ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ପ୍ରତିଟି ଖବରକୁ ପାଠକଙ୍କ ପାଖରେ ପହଞ୍ଚାଇବାରେ ତିଳେ ମାତ୍ର ହେଳାକରି ନାହିଁ ‘ସକାଳ’ ଖବରକାଗଜ । ଏହାରି ମଧ୍ୟରେ ସକାଳ ତାର ତୃତୀୟ ବର୍ଷ ପୂରଣ କରିଛି।

Leave A Comment

All fields marked with an asterisk (*) are required