ଭାରତରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଚାଲିଛି, ଗଣତନ୍ତ୍ର ପଦ୍ଧତି
ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
ଭାରତରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଚାଲିଛି, ଗଣତନ୍ତ୍ର ପଦ୍ଧତି ଓ ରାଜନେତାମାନେ ସେତିକି କଳୁଷିତ ଓ ଅପରାଧପ୍ରବଣ ହେଉଛନ୍ତି
ଭୁବନେଶ୍ୱର, ୭.୯ : ସାମାଜିକ ଅନୁଷ୍ଠାନ ନିଡସ୍ ଅଫ ଦି ଟାଇମ ପକ୍ଷରୁ ଗୁରୁବାର ଭୁବନେଶ୍ୱରସ୍ଥିତ
ହୋଟେଲ କେଶରୀ ପରିସରରେ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଏକ ରାଜ୍ୟସ୍ତରୀୟ
ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଜାତୀୟ ନିର୍ବାଚନ
କମିଶନଙ୍କ ପୂର୍ବତନ ପରାମର୍ଶଦାତା, ବିଶିଷ୍ଟ ସ୍ତମ୍ଭକାର ପ୍ରଫେସର ଡଃ ଭଗବାନ ପ୍ରକାଶ କହିଲେ ଯେ, ପୃଥିବୀର ସର୍ବବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ଭାରତବର୍ଷ । ଭାରତବର୍ଷରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ·ଲିଛି, ରାଜନେତାମାନେ ବ୍ୟକ୍ତିଗତଜୀବନରେ ସେତିକି ଅପରାଧପ୍ରବଣ ଓ କଳୁଷିତ ହେବାରେ ଲାଗିଛନ୍ତି । ସେ ଉଲ୍ଲେଖ କରିଥିଲେ ଯେ, ନ୍ୟୁୟର୍କର ବିଶିଷ୍ଟ ସାମ୍ବାଦିକ ମିଚେଲ ଭାରତୀୟ ନିର୍ବାଚନ ସମୟକୁ ଦେଖି ଏହା ଏକ ବିଶ୍ୱର ୱାଲଡ୍ ଜୋନ ବୋଲି ଉଲ୍ଲେଖ କରିଥିଲେ ।
ଆଜି ଗଣତନ୍ତ୍ରର ପବିତ୍ର ମନ୍ଦିରକୁ ଅନୁଧ୍ୟାନ କଲେ ଜଣାଯାଏ ଗଣତନ୍ତ୍ର ପବିତ୍ର ମନ୍ଦିରମାନଙ୍କୁ ସେ ବିଧାନସଭା ବା
ଲୋକସଭା କିମ୍ବା ରାଜ୍ୟସଭା ହେଉ, ଅର୍ଦ୍ଧାଧିକ ଅପରାଧପ୍ରବଣ ଓ କଳୁଷିତ ରାଜନେତା ଅଧିକାର କରି ବସିଛନ୍ତି । ଯଦି
ଭବିଷ୍ୟତରେ ନିର୍ବାଚନ ପଦ୍ଧତିରେ ସଂସ୍କାର ନଆସେ, ତେବେ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧ କମିବା ସହିତ ଏହା
ଅପରାଧୀମାନଙ୍କର ଏକ କ୍ଷେତ୍ରରେ ପରିଣତ ହେବ ।
ଏଥିରେ ଅନ୍ୟତମ ସମ୍ମାନିତ ବକ୍ତାଭାବେ ରାଜ୍ୟ ଇଲେକ୍ସନ ୱାଚର ଉପଦେଷ୍ଟା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ
ସହଦେବ ସାହୁ ଯୋଗଦେଇ କହିଲେ, ତକ୍ରାଳୀନ ନିର୍ବାଚନ କମିଶନର ଟି.ଏନ୍. ଶେଷାନ ନିର୍ବାଚନକୁ ଅବାଧ ଓ ନିରପେକ୍ଷ
କରିବା ପାଇଁ ଯେଉଁ କେତେଗୁଡ଼ିଏ ଆଇନ ପ୍ରଣୟନ କରିଥିଲେ ତାହା ଆଜି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ
ନହୋଇ ପୁସ୍ତକର ପରିଭାଷା ହୋଇ ରହିଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡଃ ସୁରେନ୍ଦ୍ରନାଥ ପଶୁପାଳକ ଅନ୍ୟତମ ବକ୍ତା ଭାବେ ଯୋଗଦେଇ କହିଲେ,
ନିର୍ବାଚନ ସାଧାରଣତଃ ଭୋଟର, ଲୋକ ପ୍ରତିନିଧି ଓ ନିର୍ବାଚନ ଆଇନ ଏହି ତିନୋଟି ସ୍ତରର ବ୍ୟକ୍ତିଙ୍କୁ ନେଇ
ହେଉଥିବା ବେଳେ ଆଜି ଭୋଟରମାନେ ନେତା ନିର୍ବାଚନ କରିବାରେ ହେଉ ବା ନିର୍ବାଚନ ପରି·ଳନା କରିବାରେ ହେଉ
କିମ୍ବା ପ୍ରତିଯୋଗୀମାନେ ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବା ପାଇଁ ଯେଉଁ ଅସାଧୁ ଉପାୟମାନ ଅବଲମ୍ବନ
କରୁଛନ୍ତି ତାହାକୁ ଦେଖିଲେ ନିର୍ବାଚନ କମିଶନରଙ୍କର ନିର୍ବାଚନ ଉପରେ ଅଙ୍କୁଶ ଅଛି ବୋଲି ପରିଦୃଷ୍ଟ ହୁଏନାହିଁ ।
ନିଡସ୍ ଅଫ ଦି ଟାଇମର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏହି
ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି କହିଲେ, ନିର୍ବାଚନ ପଦ୍ଧତିକୁ ସଂସ୍କାର କରିବା ପାଇଁ ଆଗାମୀ ଦିନରେ
ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ପରାମର୍ଶ ଓ ଯୁବ ପାର୍ଲାମେଣ୍ଟ ମାଧ୍ୟମରେ ପ୍ରତ୍ୟେକ ରାଜନୈତିକ ଦଳର
ଯୁବ ଓ ଛାତ୍ର ପଦାଧିକାରୀମାନଙ୍କୁ ନେଇ ଯଥାଶୀଘ୍ର ଅନେକ କାର୍ଯ୍ୟକ୍ରମ କରାଯିବା ସହ ଏହାର ନିର୍ଯ୍ୟାସ ନିର୍ବାଚନ
କମିଶନର, ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯିବ ।
ଏଥିରେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ବକ୍ତବ୍ୟ
ପ୍ରଦାନ କରି କହିଲେ ପ୍ରତ୍ୟେକ ରାଜନେତା ନିଜର ସମ୍ପତ୍ତି ତାଲିକା ପ୍ରଦର୍ଶନ କରି ୫ ବର୍ଷରେ କେଉଁ ଉପାୟରେ ଏହାର
୧୦୦ଗୁଣ ବୃଦ୍ଧି କରୁଛନ୍ତି ତାହା ତର୍ଜମା କରାଯିବା ଆବଶ୍ୟକ । ଏଥିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ଦାସ ବକ୍ତବ୍ୟ
ପ୍ରଦାନ କରି କହିଲେ, ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳ ସରକାରୀ ଦଳର କ୍ଷମତାକୁ ଦୂରୁପଯୋଗ କରି ଅସାଧୁ
ଉପାୟମାନ ଅବଲମ୍ବନ କରୁଛନ୍ତି । ଭୋଟରମାନଙ୍କୁ ବିଭ୍ରାନ୍ତି କରି ବିଭିନ୍ନ ପ୍ରକାର ଲାଞ୍ଚ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ
ନିର୍ବାଚନରେ ଜିତିବାର ମାନସିକତା ରଖିବା ବ୍ୟତୀତ ସମାଜସେବାର ଚିନ୍ତା ଠାରୁ କ୍ରମେ କ୍ରମେ ଦୂରେଇ ଯାଉଛନ୍ତି ।
ସେହିପରି ଏଥିରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରସନ୍ନ ମହାନ୍ତି ଯୋଗଦେଇ କହିଲେ, ବର୍ତ୍ତମାନ ରାଜନୀତିକୁ ନେଇ କେନ୍ଦ୍ରରେ
ୱାନ ନେସନ, ୱାନ ଇଲେକ୍ସନ ଚର୍ଚ୍ଚା ·ଲିଥିଲା ବେଳେ ଓଡ଼ିଶାରେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏମିତି ଅନେକ
ବିବାଦୀୟ ପ୍ରସଙ୍ଗ ଦେଖାଦେଇଛି । ରାଜନୈତିକ ଦଳମାନେ କର୍ପୋରେଟ ହାଉସ ଦ୍ୱାରା ପରି·ଳିତ ହୋଇ ପାଣ୍ଠି ସଂଗ୍ରହ
କରୁଥିବାରୁ ବିଭିନ୍ନ ଦ୍ରବ୍ୟର ଦରବୃଦ୍ଧି ଘଟୁଛି ଓ ସେହି କର୍ପୋରେଟ ସେକ୍ଟରମାନଙ୍କ ଇଙ୍ଗିତରେ ରାଜନେତାମାନେ
ପରି·ଳିତ ହେଉଛନ୍ତି । ଏଥିରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଜାନକୀଶ ବଡ଼ପଣ୍ଡା ଯୋଗଦେଇ କେନ୍ଦ୍ରରେ ୱାନ ନେସନ, ୱାନ
ଇଲେକ୍ସନ ପ୍ରଥାର ସୁ ଓ କୁପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ
ନରେନ୍ଦ୍ର ପୃଷ୍ଟି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂଯୋଜକ ଶ୍ରୀ ବାଲାଜୀ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ପରି·ଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅନ୍ୟତମ ସଂଯୋଜକ ପୀର ମୋହନ ଦାସ । କାର୍ଯ୍ୟକ୍ରମର
ଅପରାହ୍ନ ଅଧିବେଶନରେ ବହୁ ବିଶିଷ୍ଟ ବ୍ୟକ୍ତି ବକ୍ତବ୍ୟ ପ୍ରଦାନ କରି ନିର୍ବାଚନକୁ ବାଧ୍ୟତାମୂଳକ କରିବା, ନିର୍ବାଚନ
ଆଇନକୁ କଡ଼ାକଡ଼ି ଲାଗୁ କରିବା ଏବଂ ନିଜର ଜୋଇଁ ବାଛିବା ପରି ସାଧାରଣ ଜନତା ଜଣେ ଭଦ୍ରବ୍ୟକ୍ତିଙ୍କୁ
ବାଛିବା, ଡିଜିଟାଲ ମିଡ଼ିଆ ମାଧ୍ୟମରେ ଭୋଟର ବ୍ୟବସ୍ଥା କରାଗଲେ ଅନେକ ଲୋକ ନିର୍ବାଚନରେ ଅଂଶଗ୍ରହଣ
କରିବା ପ୍ରତି ଗୁରୁତ୍ୱ ଦେବେ, ସର୍ବୋପରି ଯେଉଁ ବ୍ୟକ୍ତିମାନେ ଭୋଟଦାନରୁ ବିରତ ରହୁଛନ୍ତି, ସେ ସାଧାରଣ ଲୋକ
ହୋଇଥିଲେ ସରକାରୀ ସୁବିଧା ସୁଯୋଗରୁ ବଞ୍ôଚତ ରହିବା ଓ ସରକାରୀ କର୍ମ·ରୀ ହୋଇଥିଲେ ବିଭିନ୍ନ ପଦୋନ୍ନତି
ଆଦିରୁ ବଞ୍ôଚତ ହେବା ଆବଶ୍ୟକ ବୋଲି ଏହିପରି ବିିଭିନ୍ନ ମତ ରଖିଥିଲେ ।