ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ପୂଣ୍ୟତିଥିରେ ବୃକ୍ଷପୂଜା ଓ ଶାନ୍ତି ଯଜ୍ଞ
ସ୍ୱାମୀ ବ୍ରହ୍ମାନନ୍ଦଙ୍କ ୨୨ତମ ପୂଣ୍ୟତିଥିରେ
ବୃକ୍ଷପୂଜା ଓ ଶାନ୍ତି ଯଜ୍ଞ
ଭୁବନେଶ୍ୱର, ୬.୯ : ଓଡ଼ିଶାରେ ଆର୍ଯ୍ୟ ସମାଜର ମହାନ୍ ପ୍ର·ରକ ଓ ଗୁରୁକୂଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୨୨ତମ ପୂଣ୍ୟତିଥି ବୁଧବାର ପୂର୍ବାହ୍ନରେ ସ୍ୱାମୀ ବ୍ରହ୍ମାନନ୍ଦ
ସେବା ଟ୍ରଷ୍ଟ ଓ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ପାଳିତ ହୋଇଯାଇଛି ।
ଏହି ଉପଲକ୍ଷେ ପାତ୍ରପଡ଼ାସ୍ଥିତ ସ୍ମୃତିବନଠାରେ ସ୍ମୃତିବୃକ୍ଷକୁ ପୂଜା
ଅର୍ଚ୍ଚନା ସହ ଓଡ଼ିଶାରେ ସଂସ୍କୃତ ଶିକ୍ଷାର ପ୍ର·ର ପ୍ରସାରରେ ସ୍ୱାମିଜୀଙ୍କ ଅବଦାନବିଷୟରେ ସ୍ମୃତି·ରଣ କରାଯାଇଥିଲା । ସ୍ୱାମିଜୀଙ୍କ ସ୍ମୃତିରେ ସ୍ୱାମୀ ବ୍ରହ୍ମାନନ୍ଦ ଭବନ,
ଶ୍ରୀ ଅରବିନ୍ଦ ନଗରଠାରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରୋହିତ୍ୟରେଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶ୍ରାବଣୀ ଉତ୍ସବର ଶେଷଦିନ ଶ୍ରୀକୃଷ୍ଣଜନ୍ମାଷ୍ଟମୀ ପର୍ବ ଓ ବୈଦିକ ପରମ୍ପରା ଉପରେ ପ୍ରଫେସର ଡ. ବୁଦ୍ଧଦେବ ମିଶ୍ର
ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,
ପୁଷ୍ପରାଜ ପ୍ରଧାନ, ପୃଥିରାଜ ପ୍ରଧାନ, ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ପ୍ରଜ୍ଞାରାଜପ୍ରଧାନ, ପ୍ରଭାତ ପାଣିଗ୍ରାହୀ, ଭବାନୀକାନ୍ତ ରାଉତ, ଜନ୍ମେଜୟ ନାୟକ,ସ୍ମୃତିବନର ତତ୍ତ୍ୱବଧାରିକା ଶ୍ରୀମତୀ ସ୍ମୃତିରେଖା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ନଳିନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।