Search for:
  • Home/
  • ରାଜ୍ୟ/
  • ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Spread the love

Loading

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ତା. ୦୭/୦୮ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ
ସଭାପତି ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲାର
କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ ଜିଲ୍ଲା କଂଗ୍ରେସ
ଉପସଭାପତି ଶ୍ରୀ ତପନ ଚକ୍ରବର୍ତି ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ସାଂସଦ ସ୍ୱର୍ଗତା ଜୟନ୍ତୀ
ପଟ୍ଟନାୟକ, ଡେଲାଙ୍ଗର ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଅଜିତ୍‌ ମଙ୍ଗରାଜ, ପୂର୍ବତନ ବାଲିଅନ୍ତା ବ୍ଲକ
କଂଗ୍ରେସ ସଭାପତି ସୁଧିର ଦାସ ତଥା ଦିବଙ୍ଗତ କଂଗ୍ରେସ ନେତା ପ୍ରତିଷ୍ଠିତ ସମାଜସେବୀ, ମଣିପୁର ଦଙ୍ଗା,
ହରିୟାନା ହିଂସା ଓ ବାହାନାଗ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିରୀହ ଜନତା ପାଇଁ ନୀରବ
ପ୍ରାର୍ଥନା କରାଯାଇଥିଲା । ଅଶୋକ ମଙ୍ଗରାଜ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । ବରିଷ୍ଠ କଂଗ୍ରେସ
ନେତା ବେଣୁଧର ଭୋଇ ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ଅଖିଳ ଭାରତ କଂଗ୍ରେସ
କମିଟି ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ମକଦ୍ଦମା ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ
ଯୁଗାନ୍ତକାରୀ ରାୟ ଦେଇଛନ୍ତି ସେଥିରେ ଗଣତନ୍ତ୍ରର ବିଜୟ ହେଉଛି ବୋଲି ଏହି କାର୍ଯ୍ୟକାରିଣୀ
ବୈଠକରେ ଆଲୋକପାତ କରାଯାଇଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ ବିଭିନ୍ନ ପ୍ରସ୍ତାବ ଉପରେ ଗୁରୁତ୍ୱ
ଆରୋପ କରି କହିଥିଲେ ଯେ, ଆସନ୍ତା ଅଗଷ୍ଟ ୧୮ ତାରିଖରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ
ପଟ୍ଟନାୟକ ପିସି କାରବାର ବନ୍ଦ, ବେକାରୀଙ୍କୁ ନିଯୁକ୍ତି, ତୈଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଦର ହ୍ରାସ, ପ୍ରତି
ବ୍ଲକରେ ଶୀତଳ ଭଣ୍ଡାର, କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ, ବିଦ୍ୟୁତ ଦେୟ ହ୍ରାସ, ବାରମ୍ବାର ବିଦ୍ୟୁତ
କାଟ ବନ୍ଦ, ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଧାନ, ନାରୀ
ନିର୍ଯ୍ୟାତନା ବନ୍ଦ ଓ ଆବାସ ଯୋଜନାରେ ପ୍ରିୟାପ୍ରିତି ତୋଷଣ ବନ୍ଦ ପ୍ରସଙ୍ଗରେ ଯେଉଁ ବ୍ଲକ ଘେରଉ
କାର୍ଯ୍ୟକ୍ରମ ପାଇଁ ଆହ୍ୱନ ଦେଇଛନ୍ତି ତାହାକୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକରେ ସଫଳତାର ସହ ପାନଳ
କରାଯିବ ।
ଅକ୍ଟୋବର ୨୭ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସ୍ତରରେ ଉପରୋକ୍ତ ପ୍ରସଙ୍ଗରେ ଜିଲ୍ଲା ସ୍ତରରେ ଏକ ବିଶାଳ
ବିକ୍ଷୋଭର ଆୟୋଜନ କରାଯିବ, ଯେଉଁଥିରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି
ମଲ୍ଲିକାର୍ଜୁନ ଖାଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରୀୟଙ୍କା ଗାନ୍ଧୀ, ଡଃ ଏ.
ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କୁ ଅତିଥିଭାବେ ଯୋଗ ଦେବାକୁ ନିମନ୍ତ୍ରଣ
କରାଯିବ ।
ଜିଲ୍ଲା କଂଗ୍ରେସର କର୍ମକର୍ତାମାନେ ବୁଥ୍‌ ସ୍ତରକୁ ଯାଇ କେନ୍ଦ୍ର ଓ ରାଜ୍ୟ ସରକାରର ଦୁର୍ବଳତା,
କୁଶାସନ ଓ ଦୁର୍ନୀତି ସଂପର୍କରେ ସଚେତନ କରାଇବେ । ୨୦୨୪ ମସିହାରେ ସାଧାରଣ ନିର୍ବାଚନ ପାଇଁ
ତୃଣମୂଳ ସ୍ତରର କର୍ମୀଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।
ଜଟଣୀ ମ୍ୟୁନିସ୍‌ପାଲଟି ଏବଂ ଏହାର ଆଖପାଖ ପଂଚାୟତର ସାଧାରଣ ଜନତାଙ୍କ ପୈତୃକ ସମ୍ପତି ଏକ
ସେଟେଲ୍‌ମେଂଟ ଅଫିସରଙ୍କ ତ୍ରୁଟି ଯୋଗୁଁ ପ୍ରଭୁ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି ।
ଯାହାଫଳରେ ସେମାନେ ବିବାହ, ବ୍ରତ, ପାଠପଢ଼ା, ସୁଧିକ୍ରିୟା ପ୍ରଭୂତି କାର୍ଯ୍ୟରେ ଜମି ବିକ୍ରି
କରିପାରୁନାହାନ୍ତି । ଏପରିକି କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ମଧ୍ୟ ଏହି ଅସୁବିଧା ପାଇଁ
ସେଠାରେ ରୂପାୟନ ହୋଇପାରୁନାହିଁ । ଏଣୁ ଏହି ଜମି ମାଲିକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ
କରିବାକୁ ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଗ୍ରାମରେ ମଶାଣି, ଖେଳପଡ଼ିଆ ଓ ମେଲଣ ପଡ଼ିଆକୁ ନିଜ
ଅଧିକାରକୁ ନେଇ ଇଡ଼କୋ ଗ୍ରାମବାସୀଙ୍କୁ ବହୁତ ହଇରାଣ ଓ ହରକତ କରୁଛି । ପୁଲିସ୍‌ ବଳ ଦେଖାଇ
ଅତ୍ୟାଚର କରୁଛି । ସରକାର ଏହି ଗ୍ରାମବାସୀମାନଙ୍କର ଅଧିକାର ଛଡେ଼ଇ ନ ନେବା ଆଜିର
କାର୍ଯ୍ୟକାରିଣୀ ଦାବି କରୁଛି ।
ଖୋର୍ଦ୍ଧା ଜିଲ୍ଲାରେ ବହୁ ସରକାରୀ ଓ ବେସରକାରୀ ଶିଳ୍ପ ଓ ବିଭିନ୍ନ ଅନୁଷ୍ଠାନ ଖୋଲିଥିଲେ ମଧ୍ୟ
ସ୍ଥାନୀୟ ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ମିଳୁନାହିଁ । ଆଜିର କାର୍ଯ୍ୟକାରିଣୀ ସ୍ଥାନୀୟ
ଲୋକଙ୍କୁ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଉଛି ।
ଆଜିର କାର୍ଯ୍ୟକାରିଣୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଖୋର୍ଦ୍ଧା ଜିଲ୍ଲାର
ପ୍ରଭାରୀ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ସାଧାରଣ ସମ୍ପାଦକ ପୃଥିବୀବଲ୍ଲଭ ପଟ୍ଟନାୟକ, ମାନସ
ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ପିସିସି ସମ୍ପାଦିକ କୁସୁମ ପ୍ରଧାନ, ବିଶ୍ୱକଲ୍ୟାଣି କର, ପୁଷ୍ପିତା ଦାସ ଏବଂ

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କର୍ମକର୍ତା ପ୍ରଦୀପ ସ୍ୱାଇଁ, ତପନ ଚକ୍ରବର୍ତୀ, ବେଣୁଧର ଭୋଇ, ଅଶୋକ
ମଙ୍ଗରାଜ, ଅମିତ ମହାନ୍ତି,ଧନେଶ୍ୱର ରାଉତରାୟ, ଶ୍ରୀ ବିଷ୍ଣୁ ପ୍ରସାଦ ବାହିନିପତି, ଶ୍ରୀ ସୁନିଲ
ରାଉତରାୟ, ବଟକୃଷ୍ଣ ରାଉତରାୟ, ଜନ୍ମେଜୟ ସ୍ୱାଇଁ, ଜୟକୃଷ୍ଣ ମାଲିଆ, ପଦ୍ମ ଚରଣ ରାୟ, ପଦ୍ମଚରଣ
ସୁବୁଧି, ଅଜିତ୍‌ ଶ୍ରୀଚନ୍ଦନ, ସୁବାସ ପାତ୍ର, ସୁବାସ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ଶିଳାଦିତ୍ୟ
ପଟ୍ଟନାୟକ, ଅଶୋକ ପାତ୍ର, ସୁଭ୍ରାଂସୁ ଶେଖର ପଟ୍ଟନାୟକ, ବୈଲୋଚନ ସାହୁ, ନଗେନ ସିଂ, ବିଜୁ
କୁମାର ରଥ,ସନ୍ତୋଷ କୁମାର ଷଡଙ୍ଗୀ, ଅକ୍ଷୟ କୁମାର ମହାପାତ୍ର, ଉଗ୍ରେସନ ବିଶ୍ୱା, ଗୋପିନାଥ ମହାରଣା,
ମହମ୍ମଦ ଆବ୍ରାର, ରାଜ କିଶୋର ବାରିକ, ଅଶୋକ କୁମାର ସାହୁ, ସୁଦୀପ ପ୍ରଧାନ, ବିକ୍ରମ ସୁନ୍ଦରାୟ,
କାଳନ୍ଦି ମହାପାତ୍ର ଓ ସଂଜୟ ସୁବୁଧି ପ୍ରମୂଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required