Search for:
  • Home/
  • ରାଜ୍ୟ/
  • ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କଲା ତୁଷାର ·ରିଟେବୁଲ ଟ୍ରଷ୍ଟ

ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କଲା ତୁଷାର ·ରିଟେବୁଲ ଟ୍ରଷ୍ଟ

Spread the love

Loading

ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କଲା ତୁଷାର ·ରିଟେବୁଲ ଟ୍ରଷ୍ଟ
ଭୁବନେଶ୍ୱର, ୭.୮ : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଯୁବଗୋଷ୍ଠୀମାନେ ହୋଟେଲ,
ପାର୍କ, ରେଷ୍ଟୁରାଣ୍ଟରେ ସାଙ୍ଗମାନଙ୍କ ସହ ମିଶି କେକ୍‌ କାଟି, ଡ଼ିଜେର ତାଳେ ତାଳେ ନୃତ୍ୟ
ପରିବେଷଣ କରି ଜାକଜମକରେ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳ ସାମାଜିକ
ଅନୁଷ୍ଠାନ ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ଏକ ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସବକୁ
ପାଳନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
କାର୍ଯ୍ୟକ୍ରମରେ ୧୯୯୯ ମସିହା ମହାବାତ୍ୟା ପରେ ଗଛପ୍ରେମୀ ସୁନାକର ସିଂହ ଲଗାଇଥିବା
ଏକ ·କୁଣ୍ଡା ଗଛ ଯାହା ଆଜି ବିଶାଳ ବୃକ୍ଷରେ ପରିଣତ ହୋଇଛି, ସେହି ଗଛରେ
କପଡ଼ାରେ ତିଆରି ବନ୍ଧୁତ୍ୱର ଫିତା ବାନ୍ଧି ବନ୍ଧୁତ୍ୱ ଦିବସ ପାଳନ କରିଥିଲେ ।
ଶ୍ରୀଯୁକ୍ତ ବାରିକ କହିଥିଲେ ଯେ, ଗଛ ହେଉଛି ମଣିଷର ପ୍ରକୃତ ବନ୍ଧୁ । ଗଛ
ନିସ୍ୱାର୍ଥପର ଭାବରେ ବାୟୁ ପ୍ରଦାନ କରୁଥିବା ବେଳେ ଛାଇ ମଧ୍ୟ ପ୍ରଦାନ କରିଥାଏ ।
ବିଶେଷକରି ଦୀର୍ଘ ୨୩ବର୍ଷ ପୂର୍ବେ ଲଗାଯାଇଥିବା ଗଛଟିରେ ଆଜି ବନ୍ଧୁତ୍ୱର ଫିତା
ବାନ୍ଧି ବନ୍ଧୁତ୍ୱ ଦିବସ ପାଳନ କରିଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛୁ ।
ତେଣୁ ପ୍ରତ୍ୟେକବର୍ଷ ବନ୍ଧୁତ୍ୱ ଦିବସରେ ସାଙ୍ଗମାନଙ୍କ ସହିତ ପାର୍କ, ହୋଟେଲ ବା
ରେଷ୍ଟୁରାଣ୍ଟରେ ଏହା ପାଳନ ନକରି ବୃକ୍ଷଟିଏ ଲଗାଇ, ବୃକ୍ଷ ସହିତ ବନ୍ଧୁତ୍ୱ ଦିବସ ପାଳନ
କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ
ବାଣୀସେନ ଗୁପ୍ତ, ଶ୍ରୀମତୀ ରାଇମା ସେନ, ମମତାରାଣୀ ସିଂ, ପ୍ରଭାତୀ ବାରିକ, ରଞ୍ଜନ ସାହୁ,
ସଂଗ୍ରାମ କେଶରୀ ଜେନା, କୈଳାସ ଚନ୍ଦ୍ର ନାୟକ, ସୌମ୍ୟଜିତ ଦାସ, ମଦନ ମୋହନ ପ୍ରମୁଖ
ଉପସ୍ଥିତ ରହି ବନ୍ଧୁତ୍ୱ ଦିବସ ପାଳନ କରିଥିଲେ ।

Leave A Comment

All fields marked with an asterisk (*) are required