Search for:
  • Home/
  • ରାଜ୍ୟ/
  • ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଅଗଷ୍ଟ୯ ଲୋୟର ପି.ଏମ.ଜିରେ ଅନଶନ

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଅଗଷ୍ଟ୯ ଲୋୟର ପି.ଏମ.ଜିରେ ଅନଶନ

Spread the love

Loading

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ
ଅଗଷ୍ଟ୯ ଲୋୟର ପି.ଏମ.ଜିରେ ଅନଶନ

ଭୁବନେଶ୍ୱର, ୭.୮ : ଭାରତୀୟ ସଂସ୍କୃତିର ପରମ୍ପରାରେ ବା ପ୍ରତ୍ୟେକ ଧର୍ମଶାସ୍ତ୍ରରେ ପାପର ପ୍ରାୟଶ୍ଚିତ କରିବା ପ୍ରକ୍ରିୟା
ସର୍ବଜନବିଦିତ ବୋଲି ଗ୍ରହଣ କରି ନିଆଯାଇଛି । ଏଭଳି ପ୍ରକ୍ରିୟାରେ ଦାନ, ତପ, ଉପବାସ ଭଳି ସାଙ୍କେତିକ ଭିନ୍ନ ଭିନ୍ନ
କର୍ମ ରହିଥିଲେ ମଧ୍ୟ ଉପବାସ ବା ଅନଶନ ଭଳି କର୍ମକୁ ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ ରୂପୀ ପ୍ରାର୍ଥନା ବୋଲି ଗ୍ରହଣ କରାଯାଇଛି ।
ଯାହାକୁ ଗାନ୍ଧିଜୀ ସତ୍ୟାଗ୍ରହ ବୋଲି ଆଖ୍ୟା ଦେଇଛନ୍ତି । ସେହି ଅନଶନ ଓ ଉପବାସ ଭଳି ସତ୍ୟାଗ୍ରହ ଅଗଷ୍ଟ ୯ କ୍ରାନ୍ତି ଦିବସରୁ
ଅଗଷ୍ଟ୧୫ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଓଡିଶାରେ ପାଳନ କରାଯିବ । ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରିୟ
ସଂଯୋଜକ ବା “ନବନିର୍ମାଣ ସ୍ୱରାଜ ସରକାର” ରାଜନୈତିକ ଆନ୍ଦୋଳନ ନାମର ସଂଯୋଜକ ଅକ୍ଷୟ କୁମାର ଲୋୟର
ପି.ଏମ୍‌.ଜିରେ ସାତ ଦିନ ଅନଶନରେ ବସିବେ । ଅଗଷ୍ଟ ୧୧ ତାରିଖରେ ଓଡ଼ିଶାର ସବୁ ଜିଲ୍ଲାରେ ଜିଲ୍ଲାପାଳ କାର୍ଯ୍ୟାଳୟ
ସାମ୍ନାରେ ଲୋକମାନେ ଏହି ଅନଶନକୁ ସମର୍ଥନ ଜଣାଇ ଅନଶନରେ ବସିବା ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ସମୟ ଅନଶନ
ରଖିବାକୁ ଆଜି ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର ନିବେଦନ
କରିଛନ୍ତି । ସେ କହିଛନ୍ତି ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହ ଏଥିପାଇଁ ଯେ, ଆମେ ଦୀର୍ଘ ୨୫ବର୍ଷ ହେଲା ଓଡିଶାରେ ଏଭଳି
ଗୋଟିଏ ଅପାରଗ ସରକାର ବା ଆମର ମୁଖିଆ ବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଅପାରଗ ମୁଖ୍ୟମନ୍ତୀଙ୍କୁ
ବସାଇ ରଖିଛୁ । ସେଥିପାଇଁ ଆମେ ସମସ୍ତେ ସାମୂହିକ ଭାବରେ ପ୍ରାୟଶ୍ଚିତ କରିବା ଜରୁରୀ ।
ଆମ ମୁଖ୍ୟମନ୍ତ୍ରୀ ଏଭଳି ଜଣେ ମୂଖ୍ୟମନ୍ତ୍ରୀ ଯିଏ ଓଡିଆ ଭାଷାରେ ଦୁଇ ଶଦ୍ଦ ନିର୍ଭୁଲ ଭାବେ ଆଜି ଯାଏ କହିପାରିଲେ
ନାହିଁ । ଯାହା ଶାସନରେ ଦୁର୍ନୀତି ଧାନ, ·ଉଳ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ, ଖଣି ପାଣି, ପର୍ଯ୍ୟନ୍ତ ସବୁଥିରେ
ଭରିଯାଇଛି । ଖଣି ଦୁର୍ନୀତିରେ ଶାହା କମିଶନ କହିଲେ ଯେ ଯେତିକି ଖଣି ଗୁଡିକର ଲୁଟ ହୋଇଛି ତାହାର
ଜୋରିମାନା ଅର୍ଥ ଖଣି ମାଲିକ ମାନେ ଟ. ୬୦୦୦୦ କୋଟି ଟଙ୍କା ଦେବା ଉଚିତ୍‌ । କିନ୍ତୁ ସୁପ୍ରିମ୍‌ କୋର୍ଟର ରାସ୍ତା
ଦେଇ ଆଇ.ବି.ଏମ୍‌, ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ ଦ୍ୱାରା ଲୁହାର ପ୍ରତି ଟନ୍‌ର ମୂଲ୍ୟକୁ ଟ. ୪୦୦୦/- ଠାରୁ ଟ.
୭୦୮/- ପର୍ଯ୍ୟନ୍ତ ଖସାଇଦେଇ ଟ. ୬୦,୦୦୦ କୋଟି ଟଙ୍କାକୁ ଟ. ୧୭,୫୭୬ କୋଟି ଟଙ୍କା କରି ଦିଆଗଲା ଓ ସେହି ଅର୍ଥକୁ
ଓମ୍ବାଡ୍‌ସି ଠାରୁ ବେଆଇନ୍‌ ଭାବରେ ନେଇ ଖର୍ଚ୍ଚ କରାଗଲା । ସେହିପରି ଜିଲ୍ଲା ଖଣିଜ ପାଣ୍ଠି ଡିଷ୍ଟ୍ରିକ୍ଟ ମିନେରାଲ
ଫଣ୍ଡଙ୍କୁ କେବଳ ରାସ୍ତାଘାଟ କରିବାରେ ଖର୍ଚ୍ଚ କରାଯାଇଥିବା ବେଳେ ନିରୀହ ଆଦିବାସୀଙ୍କର ଜୀବନର ମାନ ତଳକୁ ତଳ ଯିବାରେ
ଲାଗିଛି, କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, କୋରାପୁଟ, କଳାହାଣ୍ଡି ଓ ଅନୁଗୁଳର ଆଦିବାସୀମାନେ ବିସ୍ଥାପିତ ଓ
ଗୃହଶୂନ୍ୟ ହୋଇ ଆଧୁନିକତାର ବିକାଶର ମାଡରେ ତଳିତଳାନ୍ତ ହୋଇ ସହରରେ ରିକ୍ସା ଟାଣୁଛି, ନାହିଁ ତ ବାବୁ ଘରେ
ବାସନ ମାଜୁଛି । ବଡବଡିଆ ବାବୁଙ୍କର ଖଣି ଖୋଳାର ଦୁର୍ନୀତି ସହିତ ପରିବେଶର ପ୍ରଦ୍ୟୁଷଣ ତାର ଖାଦ୍ୟ ଠାରୁ ଆରମ୍ଭ
କରି ସ୍ୱାସ୍ଥ୍ୟକୁ ବରବାଦ କରିବା ସହିତ ଜୀବନ ଅବଧି ତଳକୁ ଖସାଇ ଚାଲିଛି । ଓଡିଶାର ଶିକ୍ଷା, ସ୍ୱାସ୍ଥ୍ୟ କଥା ନ କହିବା ଭଲ,
ସ୍କୁଲ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରଙ୍ଗ ଦିଆ·ଲିଛି ୫-ଟି ନାମରେ, କିନ୍ତୁ ସ୍କୁଲ୍‌ରେ ଶିକ୍ଷକ
ନାହାଁନ୍ତି, ହସ୍ପି୍‌ଟାଲ ବିଲ୍ଡିଙ୍ଗ ତିଆରି ·ଲିଛି- ଠିକାଦାରଙ୍କୁ ପୋଷିବା ପାଇଁ, କିନ୍ତୁ ଡାକ୍ତରଖାନାରେ ଡାକ୍ତର
ନାହାଁନ୍ତି । ସେହିଭଳି କୃଷି ବ୍ୟବସ୍ଥାରେ କ୍ଷତି ସହି ·ଷୀଟି ଦିନକୁ ଦିନ ·ଷ ଛାଡି ସୁରତ, ମୁମ୍ବାଇ, ଦିଲ୍ଲୀ ଅଭିମୁଖେ ଦାଦନ
ଖଟିବାକୁ ·ଲିଯାଉଛି । ଆଜି ସ୍ଥାୟୀ ଓ ଅସ୍ଥାୟୀ ଦାଦନଙ୍କ ସଂଖ୍ୟା ୫୦ଲକ୍ଷରୁ ଉର୍ଦ୍ଧ । ନା ଗାଁରେ ·ଷ କରିବାର ସୁବିଧା
ଅଛି ନା ଅନ୍ୟ ରୋଜଗାରର ବ୍ୟବସ୍ଥା । ଅଶିକ୍ଷିତ ବେକାରୀଙ୍କ ସହିତ ଶିକ୍ଷିତ ବେକାରୀଙ୍କର ସଂଖ୍ୟା ହୁ ହୁ ହୋଇ ବଢିବାରେ
ଲାଗିଛି । ·ଷ କରିବା ପାଇଁ ନା ଅଛି ଜଳସେଚନର ବ୍ୟବସ୍ଥା ନା ବଜାରରେ ବିକିବାର ବ୍ୟବସ୍ଥା । ୭୫ବର୍ଷ ସ୍ୱାଧିନତା
ଭିତରେ ଓଡିଶାରେ ୩୨ପ୍ରତିଶତ ଜଳସେଚିତ ହୋଇଛି, ତାହା ପୁଣି ନବୀନ ବାବୁଙ୍କ ୨୫ବର୍ଷ ଶାସନରେ ହୋଇଛି ମାତ୍ର
୧୫ପ୍ରତିଶତ । (ପୂର୍ବରୁ ହୋଇଥିଲା ୧୭ ପ୍ରତିଶତ) ସରକାରଙ୍କ ଅନୁଯାୟୀ ·ଷୀ ଧାନ ଅମଳ ପାଇଁ କୁଇଣ୍ଟାଲ ପ୍ରତି ଖର୍ଚ୍ଚ
କରୁଛି ଟ.୨୩୪୪, କିନ୍ତୁ ବିକୁଛି କୁଇଣ୍ଟାଲ ଟ.୧୨୦୦/- (ଯଦିଓ ଏମ୍‌ଏସ୍‌ପି କୁଇଣ୍ଟାଲ ଟ.୨୧୮୩/-), ଠିକ୍‌ ସେହିପରି ·ଷୀ
ସୁରକ୍ଷା ଭତ୍ତାର ବ୍ୟବସ୍ଥା ଶୂନ୍ୟ । ୬୦ବର୍ଷ ବୟସରେ ତାକୁ ମିଳେ ମାସିକ ଟ. ୫୦୦/- ମାତ୍ର । ଯେତେବେଳେ ଆନ୍ଧ୍ରରେ ବାର୍ଦ୍ଧକ୍ୟ ଭତ୍ତା
ମାସିକ ଟ.୨୭୫୦/-, ତେଲେଙ୍ଗାନାରେ ଟ. ୨୦୦୦/- ଏବଂ କେରଳ ଓ କାଶ୍ମୀରରେ ଟ. ୩୦୦୦/- ।
ଆନ୍ଧ୍ରରେ ·ଷୀଟି ହଠାତ୍‌ ଆତ୍ମହତ୍ୟା କଲେ ମିଳେ ତାର ପରିବାରକୁ ୭ ଲକ୍ଷ ଟଙ୍କା ସହାୟତା ରାଶି । ତେଲେଙ୍ଗାନାରେ
ଅକସ୍ମାତ୍‌ ମୃତ୍ୟୁବରଣ କଲେ ମିଳେ ୫ ଲକ୍ଷଟଙ୍କା, ବିନା ଆବେଦନ ଓ ନିବେଦନରେ ପୁଣି ମରିବାର ୧୦ ଦିନ ମଧ୍ୟରେ । କିନ୍ତୁ ଏସବୁ
ସମସ୍ୟା ନେଇ ଯଦି ·ଷୀ ଅହିଂସକ ଗଣତାନ୍ତ୍ରିକ ରାସ୍ଥାରେ ତାର ଦାବୀ ଉପସ୍ଥାପନ କରିବାକୁ ଆସିବ, ତେବେ ତାକୁ
ରାଜଧାନୀରେ ପୁରାଇ ଦିଆଯିବ ନାହିଁ । ଏହା ପ୍ରମାଣିତ ହୋଇଛି ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ ବା
ନେତୃତ୍ୱରେ ଠିଆ ହୋଇଥିବା କୃଷକ ଆନ୍ଦୋଳନ ଦ୍ୱାରା ୨୦୧୬, ୨୦୧୮, ୨୦୧୯ ଏବଂ ୨୦୨୨ରେ ·ରି ·ରି ଥର ଚାଷୀ
ମାନଙ୍କୁ ଭୁବନେଶ୍ୱର ଭିତରେ ପୁରାଇ ଦିଆଯାଇନାହିଁ କାହିଁକି? ୮୦ଭାଗ ·ଷୀ ସବୁ ପାର୍ଟି ବା ଦଳକୁ ଭୋଟ ଦେଇ
ଜିତାଇବେ, କିନ୍ତୁ ସେମାନଙ୍କର ଦାବୀ କୌଣସି ସରକାର ଶୁଣିବାତ ଦୂରର କଥା, ରାଜଧାନୀ ଆସିବାକୁ ଅନୁମତି
ଦିଆଯିବ ନାହିଁ କାହିଁକି? ନବୀନବାବୁଙ୍କ ସରକାରରେ ମଦର ବନ୍ୟା ·ଲିଛି । ପ୍ରତି ଗାଁ ଗାଁରେ ମଦ ଦୋକାନ, ରେଭିନ୍ୟୁ
ନାମରେ ମଦ ପାଇଁ ଅପରାଧ ବଢି·ଲିଛି । ନିଶାରେ ବାପାକୁ ପୁଅ ଚିହ୍ନି ପାରୁନି, ଟ.୧୦/- ରେଭିନ୍ୟୁ ଆସୁଛି ମଦ
ବିକ୍ରିରୁ କିନ୍ତୁ ଅପରାଧ ନିୟନ୍ତ୍ରଣରେ ଖର୍ଚ୍ଚ ହେଉଛି ଟ.୫୦/- । ଏଠାରେ ସରକାର ଜନସାଧାରଣଙ୍କର ନୈତିକ ସ୍ଖଳନ ପାଇଁ
ଦାୟୀ । ସେହିଭଳି ଦୁଷ୍କର୍ମ ଧରିବା ଯେପରି ଭୁଲ୍‌, ଇତିଶ୍ରୀ, ବେବିନା, ମାଧବୀ, ପରୀ ଭଳି ଝିଅମାନଙ୍କର କାହାଣୀ ଆମ
ଆଗରେ ନାଚି ଉଠୁଛି । ଇତିଶ୍ରୀ ଭଳି ଝିଅ ଅପରାଧୀଙ୍କ ବିରୁଦ୍ଧରେ ଲଢି ଲଢି ମରିଗଲା, କହିଗଲା ମଲା ପରେ ମୋ
ପାଉଁଶ ଲଢିବ । କିନ୍ତୁ ସିବିଆଇ ସେହି କେସ୍‌କୁ ଦଫାରଫା କରିଦେଲା । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦାୟୀ ନୁହଁନ୍ତି
କି? ଚିଟଫଣ୍ଡ ଦୁର୍ନୀତିରେ ଜମାକାରୀମାନଙ୍କ ପଇସା ମିଳିବାର ବାଟ ଆଜିଯାଏ ଫିଟିଲା ନାହିଁ । ଶାସନ ବ୍ୟବସ୍ଥା ଭିତରେ
ଅଣଓଡ଼ିଆ ଅଫିସରମାନେ କଳଙ୍କ ସାଜିଲେଣି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନେତା ହୋଇଗଲେଣି । ବିଧାୟକ, ସାଂସଦ ଓ
ମନ୍ତ୍ରୀମାନେ ତାଙ୍କର ଭୃତ୍ୟ ହୋଇଗଲେଣି । ପାଣ୍ଡିଆନ ସଭା କରିବାକୁ ଯିବେ, ବିଧାୟକ ଓ ମନ୍ତ୍ରୀମାନେ ଲୋକ ଯୋଗାଡ଼ କରି
ଷ୍ଟେଜ ବାନ୍ଧିବେ । ଏହାଠାରୁ ବଡ଼ ଅପମାନ ଓଡ଼ିଶା ଲୋକଙ୍କ ପାଇଁ ଆଉ କିଛି ନାହିଁ । ଲେଖିଲେ ଅଭିଯୋଗର ଲମ୍ବା ଫର୍ଦ୍ଦ

ବହୁତ ଲମ୍ବିଯିବ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଅଧିବକ୍ତା କ୍ଷୀରୋଦ ରାଉତ, ସୂଚନା
ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ, ସ୍ୱରାଜ ଆନ୍ଦୋଳନ କମିଟିର ସଦସ୍ୟ

Leave A Comment

All fields marked with an asterisk (*) are required