Search for:
  • Home/
  • ରାଜ୍ୟ/
  • ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ

ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ

Spread the love

Loading

ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିଲେ ବିଜେପି ପ୍ରତିନିଧି ଦଳ

“ପରୀକ୍ଷା ରୁ ନିଯୁକ୍ତି”-ସର୍ବତ୍ର କେଳେଙ୍କାରୀ: ବିଜେପି

 ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ବିଜେଡି ସରକାରର ମନୋମୁଖୀ ଶାସନ; ଚାଲିଛି ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର; ଶିକାର ହେଉଛନ୍ତି ନିରୀହ ଛାତ୍ର ଓ ଯୁବ ସମାଜ
 ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଓଡିଶା ଷ୍ଟାଫ୍ ସିଲେକ୍ସନ ଆଜି ନିଜ ବିଶ୍ୱସନୀୟତା ହରାଇ ବସିଛି
 କେବଳ ମିଥ୍ୟା ପ୍ରତିଶୃତି ବ୍ୟତୀତ ଆଉ କିଛି ମିଳୁନାହିଁ ‘ଆଉଟ୍ ସୋର୍ସିଂ ଏମ୍ପେ୍ଲାଇ’ମାନଙ୍କୁ

ଭୁବନେଶ୍ୱର: ରାଜ୍ୟରେ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସରକାରରେ ଛାତ୍ର ଓ ଯୁବକଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି । ସମସ୍ତ ବିଧି ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ବିଜେଡି ସରକାରର ମନୋମୁଖୀ ଶାସନ ବ୍ୟବସ୍ଥା, ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରର ଶିକାର ହେଉଛନ୍ତି ନିରୀହ ଛାତ୍ର ଓ ଯୁବ ସମାଜ । ରାଜ୍ୟର ସମୃଦ୍ଧି ଓ ପ୍ରଗତି କାର୍ଯ୍ୟରେ ନିୟୋଜିତ ହେବା ପରିବର୍ତେ ଆଜି ଛାତ୍ର ଓ ଯୁବକମାନେ ରାଜରାସ୍ତାରେ ବସି ରହି ନିଜ ହକ୍ ସକାଶେ ଆନ୍ଦୋଳନ କରୁଛନ୍ତି । ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଅମଳରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ହେବା, ଟଙ୍କା ବଦଳରେ ଚାକିରୀ ବିକ୍ରୀ ହେବା ଭଳି ଘଟଣା ରାଜ୍ୟର ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି । ଗୋଟିଏ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନସରୁଣୁ ଆଉ ଏକ ପ୍ରଶ୍ନପତ୍ର ପ୍ରଘଟ ହେବା ସମସ୍ତଙ୍କୁ ଆଚମ୍ବିତ କରିବା ସହିତ ରାଜ୍ୟ ସରକାରଙ୍କ ନୀରବତା ଏବଂ ଆଭିମୁଖ୍ୟ ଅତ୍ୟନ୍ତ କଷ୍ଟଦାୟକ । ବିଜେଡି ସରକାର ଅମଳରେ “ପରୀକ୍ଷା ରୁ ନିଯୁକ୍ତି”-ସର୍ବତ୍ର କେଳେଙ୍କାରୀ ବ୍ୟାପୀ ରହିଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଓଡିଶା ଷ୍ଟାଫ୍ ସିଲେକ୍ସନ ଆଜି ନିଜ ବିଶ୍ୱସନୀୟତା ହରାଇ ବସିଛି । ଲକ୍ଷ ଲକ୍ଷ ଆଶାୟୀ ପ୍ରାର୍ଥୀ ଆଜି ହତାଶ୍ ହୋଇପଡିଛନ୍ତି । ଦୋଷ ଓ ଚୋରୀ ଧରାପଡିବା ପରେ ତଳିଆ କର୍ମଚାରୀମାନଙ୍କ ଉପରେ ଦୋଷ ଲଦି ଦେଇ ବଡବଡିଆ ଅଫିସର ଏବଂ ଦଲାଲ୍‌ମାନେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଖସିଯାଉଛନ୍ତି । ଯୋଗ୍ୟ ଗରୀବ ଆଶାୟୀଙ୍କ କୋଟି କୋଟି ଟଙ୍କାକୁ ଚଂଚକତା କରି ହଡପ୍ କରିବାକୁ ପଛାଉନାହାନ୍ତି । ‘ତଦନ୍ତ ହେଉଛି’ ବୋଲି କହି ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଓ ଧେର୍ଯ୍ୟ ସହ ଖେଳାଯାଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜେଡି ସରକାରରେ ‘ଶବ୍ଦ’ର ଅର୍ଥକୁ କଦର୍ଯ୍ୟ କରି ଯୁବ ସମାଜକୁ ପ୍ରତାରଣା କରାଯାଉଛି । ‘କଂଟ୍ରାକଚୁଆଲ ବ୍ୟବସ୍ଥା’କୁ ସମାପ୍ତ କରି ବର୍ତମାନ ‘ଆଉଟ୍ ସୋର୍ସିଂ ଏମ୍ପୋ୍ଲୟମେଂଟ’ର ବ୍ୟବସ୍ଥା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହା ଦ୍ୱାରା ନିଯୁକ୍ତି ପାଉଥିବା ଯୁବକଯବତୀମାନେ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାରମୟ କରିଦେଉଛନ୍ତି । ଅନିଶ୍ଚିତତା ଦେଇ ତାଙ୍କ ଭବିଷ୍ୟତ ଗତି କରୁଛି । କେତେବେଳେ ଦରମା ପାଇଁ ଆନ୍ଦୋଳନ କରୁଛନ୍ତି ତ କେତେବେଳେ ଚାକିରୀର ସ୍ଥାୟୀତ୍ୱ ପାଇଁ ଆନ୍ଦୋଳନ କରୁଛନ୍ତି । ତାଙ୍କ ସମସ୍ୟା ବିଷୟରେ ଶୁଣିବାକୁ ବି କେହି ନାହାନ୍ତି । କେବଳ ମିଥ୍ୟା ପ୍ରତିଶୃତି ବ୍ୟତୀତ ଆଉ କିଛି ମିଳୁନାହିଁ । ପରିବାର ପୋଷଣ କଥା ଛାଡି ଆଜି ସେମାନେ ରାଜରାସ୍ତାରେ ବସି ରହି ଆନ୍ଦୋଳନ କରିବା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରିଚୟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଲୋୟର ପିଏମଜିଠାରେ ଆନ୍ଦୋଳନକାରୀଙ୍କୁ ଭେଟି ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ଆନ୍ଦୋଳନକାରିଙ୍କୁ ନୈତିକ ସମର୍ଥନ ଜଣାଇବା ସହିତ ତାଙ୍କ ନ୍ୟାର୍ଯ୍ୟ ଦାବୀ ସପକ୍ଷରେ ଭାରତୀୟ ଜନତା ପାର୍ଟୀ ବିଧାନସଭା ବାହାରେ ଓ ଭିତରେ ଲଢେଇ ଜାରୀ ରଖିବ ବୋଲି ପ୍ରତିଶୃତି ଦିଆଯାଇଛି । ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଶ୍ରୀ ସଜ୍ଜନ ଶର୍ମା, ଗୋବିନ୍ଦ ଅଗ୍ରଓ୍‌ôାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମୀରଂଜନ କାନୁନ୍‌ଗୋ, ସଂଜୟ ରଥ ପ୍ରମୁଖ ସାମିଲ ଥିଲେ ।

 

Leave A Comment

All fields marked with an asterisk (*) are required