Search for:
  • Home/
  • ରାଜ୍ୟ/
  • ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି:ଶରତ ପଟ୍ଟନାୟକ

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି:ଶରତ ପଟ୍ଟନାୟକ

Spread the love

Loading

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି

ଭୁବନେଶ୍ୱର ତା. ୨୩.୭- ଆଜି ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ
ଗଣତନ୍ତ୍ରକୁ ଅପହରଣ କରିଦେଇଛି । ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି । ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା
ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି
ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି ।କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ । ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ,ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି । ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧
ସରକାରର ଡିମଡିମ ପିଟୁଛି ।ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେଯେ ସାରା ଭାରତବର୍ଷରେ ଓଡ଼ିଶା ହେଉଛି
ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି । ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା
ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି । ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ । ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି । ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି । ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି । ଯେଉଁଥିରେ
ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି । ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ ।ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ
ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା

Leave A Comment

All fields marked with an asterisk (*) are required