Search for:
  • Home/
  • ରାଜ୍ୟ/
  • ବିନା ଶୃଙ୍ଖଳା କମିଟି ଆଲୋଚନାରେ ମୋକିମ୍‌ ଓ ଚିରଞ୍ଜୀବୀ ନିଲମ୍ବିତ

ବିନା ଶୃଙ୍ଖଳା କମିଟି ଆଲୋଚନାରେ ମୋକିମ୍‌ ଓ ଚିରଞ୍ଜୀବୀ ନିଲମ୍ବିତ

Spread the love

Loading

ବିନା ଶୃଙ୍ଖଳା କମିଟି ଆଲୋଚନାରେ ମୋକିମ୍‌ ଓ ଚିରଞ୍ଜୀବୀ ନିଲମ୍ବିତ

ଭୁବନେଶ୍ୱର, ୨୦ା୭: ଆଜି କଂଗ୍ରେସର ୧୦ଜଣ ବରିଷ୍ଠ ନେତା ପୂର୍ବ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଡ. ଗୋବିନ୍ଦ ଭୂୟାଁଙ୍କ ଅଧ୍ୟକ୍ଷତାରେ ଉକ୍ରଳ ସାମ୍ବାଦିକ ସଂଘ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ତୁରନ୍ତ ନିଲମ୍ବନ ହଟାଇବା ପାଇଁ ଦାବି କରିଥିଲେ । ଶ୍ରୀ ଭୂୟାଁ
କହିଥିଲେ ଯେ ଦେଶରେ କଂଗ୍ରେସ ସପକ୍ଷରେ ଜନମତ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ କଂଗ୍ରେସ ଦୁର୍ବଳ ହେବା ଚିନ୍ତାଜନକ ବିଷୟ । ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବନ କରିବା
ଦ୍ୱାରା ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଛି । ପୂର୍ବ ଶୃଙ୍ଖଳା କମିଟି ସଭ୍ୟା ସାବିତ୍ରୀ ଚୌଧୁରୀ କହିଲେ ଯେ ଯେଉଁ କମିଟି ବୈଠକ ଆଧାରରେ ଏହି ଦୁଇଜଣ ନେତାଙ୍କୁ ନିଲମ୍ବନ କରାଗଲା, ସେ ସେହି ବୈଠକରେ ଉପସ୍ଥିତ ଥିଲେ । କିନ୍ତୁ ସେଠାରେ ସୁନ୍ଦରଗଡ଼
ବିଷୟ ଆଲୋଚନା ହୋଇଥିଲା ଏବଂ ଏହି ଦୁଇଜଣ ନେତାଙ୍କ ନିଲମ୍ବନ ବିଷୟରେ କୌଣସି ଆଲୋଚନା ହୋଇନଥିଲା । ବିନା ଆଲୋଚନାରେ ପିସିସି ସଭାପତି ନିଲମ୍ବନ ପାଇଁ
ଏଆଇସିସିକୁ ଲେଖିବା ଠିକନୁହେଁ । ପୂର୍ବତନ ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର କହିଲେ ଯେ ଶୃଙ୍ଖଳା କମିଟି ସାଧାରଣତଃ ଏକ ସବ୍‌କମିଟି କରି କୌଣସି ଶୃଙ୍ଖଳାଗତ ଅଭିଯୋଗର ଶୁଣାଣି କରି ରାଜ୍ୟ ସଭାପତିଙ୍କୁ ସୁପାରିସ କରିଥାଏ ।କିନ୍ତୁ ମୋକିମ୍‌ ଓ ଚିରଞ୍ଜୀବୀଙ୍କ ନିଲମ୍ବନ କ୍ଷେତ୍ରରେ ସେପରି କୌଣସି ପଦ୍ଧତିର ଅନୁସରଣ ନକରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ
ପୂର୍ବ କଟକ ନଗର କଂଗ୍ରେସ ଅଧ୍ୟକ୍ଷା ଗିରିବାଳା ବେହେରା, ସିଏମ୍‌ସି କର୍ପୋରେଟର୍‌ ସନ୍ତୋଷ ଭୋଳ ଓ ଶିବାଶିଷ ପଟ୍ଟନାୟକ, ପୂର୍ବ ସିଏମ୍‌ସି କର୍ପୋରେଟର ଅନୀତା
ନାୟକ, ପୂର୍ବତନ କଂଗ୍ରେସ ମୁଖପାତ୍ର ନରେଶ ମହାନ୍ତି, ପୂର୍ବତନ କଂଗ୍ରେସ ଉପ-ସଭାପତି ନାଜିବୁର ରହେମନ୍‌ ଖାଁ, ପୂର୍ବତନ କଂଗ୍ରେସ ଲିଗାଲ୍‌ ସେଲ୍‌ ଉପ-ସଭାପତି ମହମ୍ମଦ ଆରିଫ୍‌ ଉଦ୍ଦିନ୍‌ ଖାଁ, କଟକ ସିଟି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୈଳବାଳା ଜେନା,
ଜଗତସିଂହପୁର ଯୁବ କଂଗ୍ରେସ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ, କେନ୍ଦ୍ରାପଡ଼ା ଯୁବ କଂଗ୍ରେସ ଅଧ୍ୟକ୍ଷ ସତ୍ୟପ୍ରିୟ ସାମଲ ଆଦି ନେତାମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required