Search for:
  • Home/
  • ରାଜ୍ୟ/
  • ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।

ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।

Spread the love

Loading

ସାମାଜିକ ଯୁବ ସଂଗଠନ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ।
ଭୁବନେଶ୍ୱର – ଖଣ୍ଡଗିରି ଭୁବନେଶ୍ୱର ସ୍ଥିତ ସାମାଜିକ ସଂଗଠନ ସାମାଜିକ ଯୁବ ସଂଗଠନ ପକ୍ଷରୁ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟପାଇଁ ଆହ୍ୱାନ ଦେଇ କହଥିଲେ ଯେ ଆମ ରାଜ୍ୟ ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଓଡ଼ିଆ ବୀରମାନେ ପ୍ରଥମେ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିଥଲେ । ଦେଶପାଇଁ ଆମ ରାଜ୍ୟର ବୀର ପୁରୁଷମାନଙ୍କ ଅବଦାନ ଅତୁଳନୀୟ । ଆଉ ମଧ୍ୟ କହିଥିଲେ ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନର ଭାରତ ସେତେବେଳେ ସଫଳ ହୋଇପାରିବ ଯେତେବେଳେ ଓଡିଶା ସମ୍ପର୍ଣ୍ଣ ମଦମୁକ୍ତ ହେବ । ଏହାସହ ପ୍ରତେକ ଥାନାରେ ଅଭିଯୋଗକାରୀଙ୍କୁ ପୋଲିସ ଯଥାଚିତ ସମ୍ମାନ ପ୍ରଦର୍ଶନ କରିବା ସହ ରାତି ଅଧରେ ଜଣେ ମହିଳା ଯଦି ସୁରକ୍ଷିତ ଭାବେ ବୁଲିପାରିବ ସେତେବେଳେ ଜାଣିବା ମହାତ୍ମାଗାନ୍ଧୀଙ୍କ ସ୍ବପ୍ନର ଭାରତ ସଫଳ ହୋଇପାରିଛି । ଆଜିର ରାଜନେତା ମାନେ ରାଜ୍ୟର ସ୍ୱାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛନ୍ତି । ଦୁର୍ଭାଗ୍ୟ ଆଜି ଇଣ୍ଡିଆ ଓ ଭାରତ ନାଁ ରେ ରାଜନୈତିକ ଗୋଷ୍ଟି ଭାରତ କୁ ଭାଗଭାଗ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ପ୍ରଫେସର ଜ୍ଞାନେନ୍ଦ୍ର ପଲାଇ, ଓଡିଶା ସମାଜସେବୀ ମହାସଂଘ ର ସଭାପତି ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଗାନ ଗାନ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଗଠନର ସଭାପତି ଚିତ୍ତରଞ୍ଜନ ଦାଶ ।

Leave A Comment

All fields marked with an asterisk (*) are required