Search for:
  • Home/
  • ରାଜ୍ୟ/
  • ପୁରୀରେ ବିଶାଳ ରାଜସ୍ଥାନୀ ସତ୍‌ସଙ୍ଗ ମଣ୍ଡଳ

ପୁରୀରେ ବିଶାଳ ରାଜସ୍ଥାନୀ ସତ୍‌ସଙ୍ଗ ମଣ୍ଡଳ

Spread the love

Loading

ପୁରୀରେ ବିଶାଳ ରାଜସ୍ଥାନୀ ସତ୍‌ସଙ୍ଗ ମଣ୍ଡଳ

ଭୁବନେଶ୍ୱର, ୧୮.୭ : ରାଜସ୍ଥାନରୁ ଆସିଥିବା ୨୦୦ରୁ ଊଦ୍ଧ୍ୱର୍ ଜଗନ୍ନାଥ ଭକ୍ତଙ୍କ ଏକ ବିଶାଳ ସତ୍‌ସଙ୍ଗ ମଣ୍ଡଳ ଗତ ୧୬ ତାରିଖ ଦିନ ପୁରୀରେ ସଂକୀର୍ତ୍ତନ କରିଛନ୍ତି । ଶ୍ରୀ ମହେଶ ରାମାୟଣ
ସତ୍‌ସଙ୍ଗ ମଣ୍ଡଳ ନାମରେ ଆସିଥିବା ଏହି ଭକ୍ତମଣ୍ଡଳୀ ଏହା ପୂର୍ବରୁ ବଦ୍ରୀନାଥ, ଦ୍ୱାରକା ଏବଂରାମେଶ୍ୱରମ୍‌ ପୀଠରେ ମଧ୍ୟ ସଂକୀର୍ତ୍ତନ କରିଛନ୍ତି ।ରାଜସ୍ଥାନ ଚାମ୍ବର ଅଫ୍‌ କମର୍ସ, ଜ୍ୱେଲର୍ସ ଆସୋସିଏସନ୍‌, ରାଜସ୍ଥାନ ଫୁଡ୍‌ଗ୍ରେନ ଟ୍ରେଡିଂ ଆସୋସିଏସନ ଇତ୍ୟାଦି ବିଭିନ୍ନ ଶିଳ୍ପ ଓ ବଣିକ ସଂଘର ସଦସ୍ୟ ଥିବା ବହୁ ବିଶିଷ୍ଟ ବ୍ୟବସାୟୀ ଓ ଶିଳ୍ପପତି ଏହି ସତ୍‌ସଙ୍ଗ ମଣ୍ଡଳରେ ସାମିଲ ହୋଇ ଗତ ୧୫ ତାରିଖରେ ଭୁବନେଶ୍ୱରରେ ପହଞ୍ôଚ
ସେଠାରୁ ପୁରୀ ଯାତ୍ରା କରିଥିଲେ । ଶ୍ରୀ ଅଙ୍କିତ ପରୱାଲଙ୍କ ନେତୃତ୍ୱରେ କିଛି ଯୁବ ସ୍ୱେଚ୍ଛାସେବୀ ପୁରୀରେ ସଂକୀର୍ତ୍ତନ ପାଇଁ ପୂର୍ବରୁ ବ୍ୟବସ୍ଥା କରିଥିଲେ । ପୁରୀ ମେରାଇନ
ଡ୍ରାଇଭରେ ମଧ୍ୟ ସୁନ୍ଦରା କାଣ୍ଡ ପରିବେଷଣ କରାଯାଇଥିଲା । ରାଜସ୍ଥାନୀ ପ୍ରତିନିଧିମଣ୍ଡଳୀ ଉଭୟ ରାଜ୍ୟ ମଧ୍ୟରେ ବାଣିଜ୍ୟ ସମ୍ପର୍କ ବୃଦ୍ଧି ନେଇ ମତ ବିନିମୟ କରିଥିଲେ ବୋଲି ଉକ୍ରଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ସମ୍ପାଦକ ଶ୍ରୀ ଅଶୋକ ଶାରଦା ସୂଚନା ଦେଇଛନ୍ତି ।ଶ୍ରୀଯୁକ୍ତ ବିହାରୀ ସାବୁ ଓ ଶ୍ରୀଯୁକ୍ତ ରାଜୁ ମଙ୍ଗୋଡିୱାଲାଙ୍କ ନେତୃତ୍ୱରେ ତଥା ଶ୍ରୀଯୁକ୍ତ ଶିବ ରତନ ଚିତ୍‌ଲାଙ୍ଗିଆ, ଶ୍ରୀ ବଜରଙ୍ଗ ଜାଖୋଟିଆ, ଶ୍ରୀ କେଦାର ଭାଲ୍ଲା,ଶ୍ରୀ ସତ୍ୟନାରାୟଣ କାବ୍ରା ଏବଂ ଅନ୍ୟମାନଙ୍କ ସହଯୋଗରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଜଗନ୍ନାଥ ଧାମରେ ଏଭଳି ଗଣ ସମାବେଶର କାରଣ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଏହାଦ୍ୱାରା ଯୁବପିଢ଼ି ମଧ୍ୟରେ ରାମାୟଣ ଧର୍ମଗ୍ରନ୍ଥ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବ ।ପରିଶେଷରେ ସର୍ବଶ୍ରୀ ଅଜୟ ଅଗ୍ରୱାଲା, ଅକ୍ଷୟ ଖଣ୍ଡେଲୱାଲ, ଉମେଶ ଖଣ୍ଡେଲୱାଲ ଏବଂଦିଲୀପ ଖଣ୍ଡେଲୱାଲ ପ୍ରମୁଖ, ରାଜସ୍ଥାନୀ ପ୍ରତିନିଧିମଣ୍ଡଳୀଙ୍କୁ ଶ୍ରୀ ଜଗନ୍ନାଥଙ୍କ ମହିମା ଉପରେ
ଶ୍ରୀ ଅଶୋକ ପାଣ୍ଡେଙ୍କ ଦ୍ୱାରା ଲିଖିତ ପୁସ୍ତକ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ ବୋଲି ଶ୍ରୀଶାରଦା ଜଣାଇଛନ୍ତି ।

Leave A Comment

All fields marked with an asterisk (*) are required