Search for:
  • Home/
  • ରାଜ୍ୟ/
  • ଓଡ଼ିଶା କଂଗ୍ରେସର ଗୋଷ୍ଠୀ କନ୍ଦଳର ଭୟାନକ ରୂପ

ଓଡ଼ିଶା କଂଗ୍ରେସର ଗୋଷ୍ଠୀ କନ୍ଦଳର ଭୟାନକ ରୂପ

Spread the love

Loading

ଭୁବନେଶ୍ୱର:୧୮.୦୭ । ପିସିସି ନେତୃତ୍ୱ ବିରୋଧରେ ବିଷୋଦଗାର କରୁଥିଲେ । ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏହି ଆତ୍ମଘୋଷିତ ସଚ୍ଚୋଟ କଂଗ୍ରେସ ନେତାମାନଙ୍କ ମନରେ ସାମାନ୍ୟତମ ଚିନ୍ତା କି ବ୍ୟଗ୍ରତା ନ ଥିଲା ।
ଏବେ, କଂଗ୍ରେସ ହାଇକମାଣ୍ଡଙ୍କଠାରୁ ମୋକିମ୍ ଏବଂ ଚିରଞ୍ଜୀବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାର ଶିକାର ହୋଇଥିଲେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଦେହରେ ଧୂଳି ବାଜିନି । ଏହା ପଛର ରହସ୍ୟ କ’ଣ ବୋଲି ସମସ୍ତେ ପଚାରୁଛନ୍ତି । ପ୍ରକୃତରେ ଶରତ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀରେ ନିରଞ୍ଜନ ଅଛନ୍ତି ନା ପାଗ ଦେଖି ଅଭିନୟ କରୁଛନ୍ତି ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । କାରଣ ସସପେଣ୍ଡ ଆଦେଶ ପରେ ଉଭୟ ମୋକିମ୍ ଏବଂ ଚିରଞ୍ଜୀବଙ୍କ ସମର୍ଥକମାନେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ସୁଲିଆ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ଶରତ ପଟ୍ଟନାୟକଙ୍କୁ ନିରଞ୍ଜନ ସଖି କଣ୍ଢେଇ କରି ଓଡ଼ିଶା କଂଗ୍ରେସକୁ ନିଶ୍ଚିନ୍ନ କରିଦେବାକୁ ବସିଛନ୍ତି ବୋଲି ଗର୍ଜନ କରୁଛନ୍ତି ।ମେ ୮ ତାରିଖ ସେମିନାର ଦୃଶ୍ୟ ଏବଂ ଆଜିର ଏହି ଆରୋପକୁ ଦେଖିଲେ ନିଜ କାନକୁ ବିଶ୍ୱାସ କରିବା ବି କଷ୍ଟକର ହୋଇଯାଉଛି । ଓଡ଼ିଶା କଂଗ୍ରେସର ଗୋଷ୍ଠୀ କନ୍ଦଳର ଭୟାନକ ରୂପ ଏବଂ ନେତାଙ୍କ ଚରିତ୍ର ସାଧାରଣ କର୍ମୀଙ୍କ ପକ୍ଷରେ ବୁଝିବା ସହଜ ନୁହେଁ । ନିରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଏବେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ଉଙ୍କି ମାରିଛି ।ଚିରଞ୍ଜୀବ କହିଲେ ତମେ ସାମ୍ବାଦିକ ଙ୍କ କାମ କଥା ଓଗାଲ ।

Leave A Comment

All fields marked with an asterisk (*) are required