ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଡାଇମେନ୍ସନ୍ ୩ ଉଦ୍ଘାଟିତ
ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଡାଇମେନ୍ସନ୍ ୩ ଉଦ୍ଘାଟିତ
ଭୁବନେଶ୍ୱର : ରାଷ୍ଟୀୟ ଲଳିତକଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱର ଠାରେ ଏକକ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ‘ଡାଇମେନ୍ସନ୍ – ୩’ ଉଦଘାଟିତ ହୋଇଯାଇଅଛି | ଯୁବ ଭାସ୍କର୍ଯ୍ୟ ଶିଳ୍ପୀ କେଶବ ଚନ୍ଦ୍ର ନାଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୨୦ ରୁ ଉର୍ଦ୍ଧ କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନ ପାଇଛି | ପଥର ଓ କାଠ ନିର୍ମିତ ଭାସ୍କର୍ଯ୍ୟ କଳା ଏବଂ ସମସାମୟିକ ଚିତ୍ରକଳା ଗୁଡ଼ିକ ବେଶ ମନଛୁଆଁ ହୋଇଛି | ମା’ ସରସ୍ବତୀଙ୍କର ସଙ୍ଗୀତ ଆୟୁଧକୁ ନେଇ ବିଭିନ୍ନ କଳାକୃତି ଶିଳ୍ପୀ କେଶବ ନାଥ ପ୍ରସ୍ତୁତ କରିଛନ୍ତି | ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହା ପ୍ରତ୍ୟକ ଦିନ ୩ ଟାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ | ଏହି ଉଦଘାଟନ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ ବିକେ କଲେଜ ଅଫ ଆର୍ଟର ଅଧକ୍ଷ ଗଜେନ୍ଦ୍ର ପାଢ଼ୀ, ଶ୍ରୀ ୟୁନଭରସିଟିର ପ୍ରାଧ୍ୟାପକ ଦେବେନ୍ଦ୍ର ଶତପଥୀ, ଲଲିତ କଳା ଏକାଡେମୀର ରିଜିଓନାଲ ସେକ୍ରେଟାରୀ ରାମଚନ୍ଦ୍ର ବେଦେଲା |