Search for:
  • Home/
  • ରାଜ୍ୟ/
  • କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

Spread the love

Loading

ଓଡ଼ିଶା ପାଇଁ ଆସିଲା କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ଆସିଛି ରାଜ୍ୟ କଂଗ୍ରେସର ୫୯ ଜଣିଆ ପ୍ରଚାର କମିଟି ତାଲିକା। ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏହି କମିଟି କାମ କରିବ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଆଜି ପ୍ରକାଶିତ ପ୍ରେସ୍ ରିଲିଜ୍ ଅନୁସାରେ, ପ୍ରଦେଶ କଂଗ୍ରେସର ଓଡ଼ିଶା ପାଇଁ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ଭକ୍ତ ଦାସ, ଉପାଧ୍ୟକ୍ଷ-ନବଜ୍ୟୋତି ପଟ୍ଟନାୟକ ଓ ଆବାହକ ଭାବେ ସୁଧାଂଶୁ ଶେଖର ଦେଓଙ୍କୁ ନିଯୁକ୍ତି ମିଳିଛି ।
କମିଟିର ଅନ୍ୟ ସଦସ୍ୟ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, କାହ୍ନୁଚରଣ ଲେଙ୍କା, କେପି ସିଂହଦେଓ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ସୁଶୀଳା ତିରିଆ, ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଦେବାଶୀଷ ପଟ୍ଟନାୟକ, ପଦ୍ମାକର ଗୁରୁ, କୃଷ୍ଣଚନଦ୍ର ଶଗରିଆ, ଶରତ ରାଉତ, ହମିଦ୍ ହୁସେନ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ହଳଧର କାର୍ଜି ପ୍ରମୁଖ ରହିଛନ୍ତି। କଂଗ୍ରେସ ଛାଡ଼ି ପୁଣିଥରେ ଦଳକୁ ଫେରିଥିବା ବରିଷ୍ଠ ନେତା ଗିରିଧର ଗମାଙ୍ଗ ଓ ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ପ୍ରଚାର କମିଟି ସଦସ୍ୟ ଭାବେ ସାମିଲ କରାଯାଇଛି। ସେହିପରି ଏହି ତାଲିକାରେ ସାଦନ ନାଏକ, ମନୋରଂଜନ ତ୍ରିପାଠୀ, ପଦ୍ମକର ଗୁରୁ, କୃଷ୍ଣଚନ୍ଦ୍ର ସାଗରିଆ, ଜାକବ ପ୍ରଧାନ, ଲିପିକା ମାଝୀ, କୃଷ୍ଣଚନ୍ଦ୍ର ସାହୁ, ବନ୍ଦିତା ପରିଡ଼ା, ମନୋଜ ବିଶ୍ବାଳ, ବିଦୁ ଭୂଷଣ ମହାପାତ୍ର, ପଞ୍ଚାନନ ଦାଶ, ବିସ୍ମୟ ମହାପାତ୍ର, ରଂଜିତା ରାଉତ, ଅଜିତ ଦାସ, ସନ୍ତୋଷ ମଣ୍ଡେଲା, ଗଣେଶ ସାହୁ, ହେମନ୍ତ ପଣ୍ଡା, ତୁଷାର ରଂଜନ ପାଟଯୋଶୀ, ଅଙ୍କିତ ସିଂହାହୀ, ମାନସ ତ୍ରିପାଠୀ, ବିଷ୍ଣୁ ଚରଣ ବାରିକ, ମହମ୍ମଦ ଆକବର ଖାନ୍‌, ଅଶୋକ କୁମାର ମହାନ୍ତି, ସରୋଜ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସାହୁ, ଆକାଶ ଭୂୟା, ଗିରିବାଳା ବେହେରା, ସସ୍ମିତା ବେହେରା, ହୃଷୀକେଶ ସାହୁ, ଗୀତାଞ୍ଚଳି ମହାନ୍ତ, ଶଶୀକାନ୍ତ ଲେଙ୍କା, ସୁଦାମ ବାରିକ, ସତ୍ୟ ନାଏକ ଓ ଫକୀର ଜଗତଙ୍କୁ ତାଲିକାରେ ସାମିଲ କରାଯାଇଛି।

Leave A Comment

All fields marked with an asterisk (*) are required