ସୁନନ୍ଦା ଦାସଙ୍କୁ ଟିକେଟ ଦେବା ନେଇ ଦାବି କରି ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର:ବରୀରୁ ସୁନନ୍ଦା ଦାସଙ୍କୁ ଟିକେଟ ଦେବା ନେଇ ଦାବି କରି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଧାୟିକାଙ୍କ ସମର୍ଥକ । ବରୀର ବିଧାନସଭା ଟିକେଟ ଘୋଷଣା ବିଳମ୍ବ ହୋଇଥିବା ବେଳେ ଆଜି 32 ସରପଞ୍ଚ ଏବଂ 31 ସମିତି ସଭ୍ୟ ସୁନନ୍ଦାଙ୍କ ସରକାରୀ ବାସଭବନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ମାଟିର ନେତ୍ରୀ ସୁନନ୍ଦା ଜାତୀୟସ୍ତରରେ ସମ୍ମାନିତ ହୋଇଛନ୍ତି । ସେ ହିଁ ବରୀ ଆସନରୁ ଲଢିବ ପାଇଁ ସୁଯୋଗ୍ୟ ପ୍ରାର୍ଥୀ । ଅନ୍ୟ ଦଳରୁ ଆସିଥିବା ନେତା ବରୀରୁ ଟିକେଟ ପାଇଁ ଆଶାୟୀ ଥିବା ବେଳେ ଆମେ ମୁଖ୍ୟମନ୍ତ୍ରୀ ଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରୁଚୁ ସୁନନ୍ଦାଙ୍କୁ ଟିକେଟ ଦେବା ପାଇଁ । କିଛି ବର୍ଷ ପୂର୍ବେ ବିଜେପି ଛାଡ଼ି ବିଜେଡି ରେ ଯୋଗ ଦେଇଥିବା ବିଶ୍ବରଂଜନ ମଲ୍ଲିକ ବରୀ ଟିକେଟ ପାଇଁ ଦାବିଦାର ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଶଙ୍କା ରହିଛି ସୁନନ୍ଦା ଙ୍କ ଟିକେଟ କଟିଯିବ। ଯାହାକୁ ନେଇ ସୁନନ୍ଦା ଙ୍କ ସମର୍ଥକ, ଶୁଭେଚ୍ଛୁ ଓ ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧି ସାମ୍ବାଦିକ ସମ୍ମିଳନୀ କରି ସୁନନ୍ଦା ଙ୍କୁ ଟିକେଟ ମିଳିବା ନେଇ ଦାବି ଜଣାଇଛନ୍ତି।