ରାତି ୮ଟା ପରେ ଟ୍ୱିନସିଟି ର ନାଇଟ କର୍ଫ୍ୟୁ

ଭୁବନେଶ୍ୱର-କଟକରେ ନାଇଟ କର୍ଫ୍ୟୁ ଆରମ୍ଭ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଦୋକାନ-ବଜାର ବନ୍ଦ ରହିଛି । ପରିସ୍ଥିତି ଓ ଅମାନିଆଙ୍କ ଉପରେ ନଜର ରଖିବାକୁ ସହରରେ ପୋଲିସ ପଇଁନ୍ତରା ମାରୁଛି । ନିୟମ ଭାଙ୍ଗିଲେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ  ପୋଲିସ ।
ପୂଜା ପାଇଁ ଆଜି ଠାରୁ କୋଭିଡ କଟକଣା ଲାଗୁ ହୋଇଛି । ଟ୍ୱିନସିଟିରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଅମାନିଆଙ୍କ ପାଇଁ ଜରିମାନା ବ୍ୟବସ୍ଥା ରହିଛି । ପୂଜାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ଦିନ ରାତି ୮ଟା ପୂର୍ବରୁ ପୋଲିସ ସହରର ବିଭିନ୍ନ ମାର୍କେଟ ଓ ହାଟ-ବଜାରରେ ସାଇରନ ମାରି ଲୋକଙ୍କ ସତର୍କ କରିଥିଲା । ପରେ ବ୍ୟବସାୟୀମାନେ ନିର୍ଦ୍ଧାରିତ ସମୟରେ ଦୋକାନ ବନ୍ଦ କରିଦେଇଥିଲେ ।ତେବେ କଟକଣାକୁ ଦୃଷ୍ଟିରେ ରଖି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ଅପରାଧୀଙ୍କ ଉପରେ କଡ଼ା ନଜର ରଖିଛି । ଟ୍ୱିନ୍‌ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ପୂଜାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ପରିସ୍ଥିତିକୁ ମୁକାବିଲା କରିବା ଲାଗି ପୋଲିସ ତୟାର ।

Leave a Reply

Your email address will not be published. Required fields are marked *